ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଭୁଲ୍ ଦିଗରେ ଶୋଉଛନ୍ତି କି? ଶୋଇବାବେଳେ ଏସବୁ ଜିନିଷ ପ୍ରତି ରଖନ୍ତୁ ଧ୍ୟାନ

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ମହତ୍ତ୍ବ ରହିଥାଏ। ଶୋଇବାବେଳେ ମୁଣ୍ଡ ଏବଂ ଗୋଡ଼ ଉଚିତ ଦିଗରେ ରହିବା ଆବଶ୍ୟକ। ଯେଉଁଭଳି ଭାବେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୌଷ୍ଟିକ ଆହାର ନିଆଯାଇଥାଏ ସେହିଭଳି ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ମଧ୍ୟ ଜରୁରୀ।

ଅନେକ ଲୋକ ଯେକୌଣସି ଦିଗରେ ଗୋଡ଼ ଏବଂ ମୁଣ୍ଡ କରି ଶୋଇ ଯାଆନ୍ତି ଏପରି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ଆସନ୍ତୁ ଜାଣିବା ଶୋଇବା ସହ ଜଡ଼ିତ ବାସ୍ତୁ ଟିପ୍ସ:

– ବାସ୍ତୁ ଅନୁସାରେ ଉତ୍ତର କିମ୍ବା ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇବା ଦ୍ବାରା ନକରାତ୍ମକତା ଏବଂ ଦୁଶ୍ଚିନ୍ତା ବଢ଼ାଇଥାଏ। ଏଥିପାଇଁ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ପଟେ ମୁଣ୍ଡ କରି ଶୋଇବା ଉଚିତ୍।

– ଅବିବାହିତ ଯୁବତୀ ଶୋଇବା ପାଇଁ ଉତ୍ତର-ପଶ୍ଚିମ ଦିଗ ବାଛିବା ଉଚିତ୍। ସେମାନଙ୍କୁ ଭୁଲରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଅନୁଚିତ୍। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଉତ୍ତର ଦିଗ ଆଡ଼କୁ ଗୋଡ଼ କରି ଶୋଇବା ଠିକ୍ ହୋଇଥାଏ।

– ଘରର ବାୟବ୍ୟ କୋଣରେ ବିବାହିତା ମହିଳାଙ୍କୁ ଶୋଇବା ଅନୁଚିତ୍। ଏହି ଦିଗରେ ଶୋଇବା ଦ୍ବାରା ସେମାନେ ଅଲଗା ଘର କରିବାର ସ୍ବପ୍ନ ଦେଖିଥାନ୍ତି।

– ବାସ୍ତୁ ଅନୁସାରେ ଅବିବାହିତା କନ୍ୟାଙ୍କୁ ଉତ୍ତର-ପଶ୍ଚିମ ଦିଗରେ ଶୋଇବା ଉଚିତ୍। ଏହା ଦ୍ବାରା ବିବାହ ଯୋଗ ମଜବୁତ ହୋଇଥାଏ।

– ସକାଳ-ସନ୍ଧ୍ୟାରେ କର୍ପୂର ଜଳାଇ ସମସ୍ତ ରୁମରେ ଦେଖାଇବା ଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ। ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ ସନ୍ଧ୍ୟାରେ କର୍ପୂର ଜଳାଇବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

– ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ ଫୁଲ ଏବଂ ଗଛ ରଖନ୍ତୁ ନାହିଁ ଏହା ଦ୍ବାରା ଦାରିଦ୍ର୍ୟ ଆସିଥାଏ।

– ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଅଗଣାରେ ହଳଦୀରେ ସ୍ବସ୍ତିକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ