ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କେରଳ ଉପକୂଳକୁ ମୁହାଁଇଛି ସମୁଦ୍ରିକ ବାତ୍ୟା ‘ବୁରେଭି’, ତିରୁଅନନ୍ତପୁରମ ବିମାନ ବନ୍ଦର ବନ୍ଦ

ତିରୁଅନନ୍ତପୁରମ ୪।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ବୁରେଭି’ ଉପକୂଳ ଅତିକ୍ରମ କରିବା ଆରମ୍ଭ କରିଛି। ଏହା ରାମନାଥପୁରମ ଓ ଟୁଥୁକୁଡି ଦେଇ ଭୂ-ଭାଗକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଟୁଥୁକୁଡି, ତେରୁନେଲ ବେଲି, କନ୍ୟାକୁମାରୀ, କୁଡ୍ଡଲୋର ଓ ପୁଡୁଚେରୀ ସମେତ ଆଖପାଖ ଅଞ୍ଚଳରେ ଝଡ଼ ବତାସ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି।

ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ବୁରେଭି ପ୍ରଭାବରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ପବନର ବେଗ ୭୦ କିଲୋମିଟର ଛୁଇଁବ ବୋଲି ସତର୍କ କରାଇଛନ୍ତି। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ତିରୁଅନନ୍ତପୁରମ ବିମାନ ବନ୍ଦରକୁ ବିମାନ ଚଳାଚଳ ଲାଗି ବନ୍ଦ ଘୋଷଣା କରାଯାଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଆରବ ସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ଦ୍ୱିତୀୟ ଘୂର୍ଣ୍ଣିବାତ୍ୟା। ନଭେମ୍ବର ୨୩ ତାରିଖରେ ଆରବ ସାଗରରୁ ଉଠିଥିବା ସାମୁଦ୍ରିକ ବାତ୍ୟା ‘ଗତି’ ସୋମାଲିଆ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିଲା। ସେହିପରି ନଭେମ୍ବର ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ନିଭାର’ ପୁଡୁଚେରୀ ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିବା ସହ ତାମିଲନାଡୁ ବ୍ୟାପକ କ୍ଷୟକ୍ଷତି କରିଥିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ