ଲାଇଫ୍ ଷ୍ଟାଇଲ

ଓଜନ ବଢାଇବାକୁ ଚାହୁଁଥିଲେ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଲାଗିବେ ଆକର୍ଷଣୀୟ

ଭୁବନେଶ୍ୱର ୨୯/୧୧ : ମେଦ ବହୁଳତା ଆଜି ସମୟର ଏକ ସାଧାରଣ ସମସ୍ୟା। ମେଦ ବହୁଳତା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ। ଓଜନ କମ୍ କରିବାକୁ ଲୋକେ ନାନା ଉପାୟ କରିଥାନ୍ତି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କମ ଓଜନକୁ ନେଇ ଚିନ୍ତିତ। ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ବଢାଇବାକୁ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ଅନେକ ତରିକା ମଧ୍ୟ ଆପଣେଇଥାନ୍ତି। ଯଦି ଆପଣ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ତାହେଲେ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ। ଓଜନ ବଢିବା ସହ ଆପଣ ଆକର୍ଷଣୀୟ ମଧ୍ୟ ଲାଗିବେ।

ଓଜନ ବଢାଇବା ପାଇଁ ଅନେକ ଉପାୟ ରହିଛି କିନ୍ତୁ ସଠିକ ଉପାୟରେ ଓଜନ ବଢାଇଲେ ସୁସ୍ଥ ରହିବା ସହ ଆକର୍ଷଣୀୟ ମଧ୍ୟ ନଜର ଆସିବେ। ଡାଏଟରେ ଏହି ୫ଟି ଜିନିଷ ସାମିଲ କରି ବଢ଼ାଇ ପାରିବେ ଓଜନ।


୧. ପେସ୍ତା ବାଦାମ – ପେସ୍ତା ବାଦାମରେ ଅନେକ ପ୍ରକାର ପୋଷାକ ତତ୍ତ୍ୱ ରହିଛି। ପେସ୍ତା ବାଦାମ ସମସ୍ତଙ୍କ ପାଇଁ ଉପଯୁକ୍ତ। କିନ୍ତୁ ସନ୍ତୁଳିତ ମାତ୍ରାରେ ହିଁ ଖାଇବା ଉଚିତ। ଏହା ଶରୀରର ତନ୍ତ୍ର ବିକାଶ ପାଇଁ ଆବଶ୍ୟକ। ପ୍ରତିଦିନ ୪ଟି ପେସ୍ତା ବାଦାମ ଖାଇଲେ ଶାରୀରିକ ବିକାଶ ହୋଇଥାଏ।

୨. ନଡ଼ିଆ କ୍ଷୀର – ନଡ଼ିଆ କ୍ଷୀରରେ କ୍ୟାଲୋରୀ ଅଛି। ଭୋଜନରେ ନଡ଼ିଆ କ୍ଷୀର ବା ନଡ଼ିଆ ରସ ବ୍ୟବହାର କଲେ ଏହା ଶରୀରରେ କ୍ୟାଲୋରୀ ମାତ୍ରା ବୃଦ୍ଧି କରିଥରେ। ନଡ଼ିଆ ରସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

୩. ଅଣ୍ଡା – ଓଜନ ବଢାଇବାକୁ ଚାହୁଁଥିଲେ ଅଣ୍ଡା ଖାଇବା ଉଚିତ। ଶୀତ ଦିନରେ ଅଣ୍ଡା ନିଶ୍ଚୟ ଖାଇବା ଉଚିତ। ଅଣ୍ଡାରେ ଭିଟାମିନ୍-ଏ,ଡି, ମ୍ୟାଗନେସିୟମ୍, ସୋଡିୟମ୍, ପୋଟାସିୟମ୍ ଭଳି ମିନେରାଲ୍ସ ରହିଛି। ପ୍ରତିଦିନ ଅଣ୍ଡା ଖାଇଲେ ଓଜନ ବଢେ କିନ୍ତୁ ସନ୍ତୁଳିତ ମାତ୍ରାରେ ଖାଇବା ଉଚିତ। ଅଧିକ ମାତ୍ରାରେ ଅଣ୍ଡା ସେବନ ଶରୀରକୁ ଗରମ କରିଥାଏ।


୪. କଦଳୀ – ଓଜନ ବଢାଇବା ପାଇଁ କଦଳୀ ସେବନ ସବୁଠାରୁ ଉତ୍ତମ। କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର। କଦଳୀ ଖାଇଲେ ସହଜରେ ଓଜନ ବୃଦ୍ଧି ପାଇଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହ କଦଳୀ ଖାଇବା ଦ୍ୱାରା ଓଜନ ଶୀଘ୍ର ବଢିଥାଏ। ଶରୀର ମଧ୍ୟ ସୁସ୍ଥ ରହିଥାଏ। କଦଳୀ ପାଚନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ।

୫. ବ୍ରାଉନ୍ ରାଇସ୍ – ବ୍ରାଉନ୍ ରାଇସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ବ୍ରାଉନ୍ ରାଇସରେ କାର୍ବୋହାଇଡ୍ରେଟ ରହିଛି। ଏଥିରେ ଫାଇବର ମଧ୍ୟ ଅଛି। ବ୍ରାଉନ୍ ରାଇସ୍ ଓଜନ ବଢାଇବା ପାଇଁ ସାହାଯ୍ୟ କରିଥାଏ। ଡାଏଟରେ ଆପଣ ବ୍ରାଉନ ରାଇସ ମଧ୍ୟ ସାମିଲ କରିପାରିବେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ