ନୂଆଦିଲ୍ଲୀ,୨୭/୧୧: ଭାରତୀୟ ନୌସେନାର ଟ୍ରେନନ୍ ବିମାନ ଏମଆଇଜି-୨୯କେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମୁଦ୍ର ଉପରେ ଉଡୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନୌସେନାର କହିବାନୁସାରେ, ଆରବ ସାଗର ଉପରେ ଉଡାଣ କରିବା ବେଳେ ଏହି ଅଘଟଣ ଘଟିଥିଲା । ଏହାପରେ ପାଇଲଟଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ ପାଇଲଟଙ୍କୁ ରକ୍ଷା କରିଛନ୍ତି । ଅନ୍ୟ ପାଇଲଟଙ୍କ ସନ୍ଧାନ ଏବେବି ଜାରି ରହିଛି । ନୌସେନା ପକ୍ଷରୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଏମଆଇଜି-୨୯ ଏକ ଲଢୁଆ ବିମାନ ଅଟେ । ଏହାର ଲମ୍ବ ୧୭.୩୨ ମିଟର । ଏହା ୧୮ ହଜାରରୁ କେଜିରୁ ସାମଗ୍ରୀ ନେଇ ଉଡି ପାରିବ । ଏହାର ଇନ୍ଧନ କ୍ଷମତା ମଧ୍ୟ ୩୫୦୦ କେଜି ।
ସୀମାରେ ଚୀନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଚଳିତ ବର୍ଷ ୨୧ଟି ନୂଆ ମିଗ୍-୨୯ ବିମାନ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଋଷଠୁ ଏହି ଯୁଦ୍ଧ ବିମାନ କିଣାଯିବ । ଏଥିପାଇଁ ପ୍ରାୟ ୭୪୧୮ କୋଟି ଟଙ୍କା ଖର୍ଚ୍ଚ ହେବ ।