ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୫ ବର୍ଷ ଧରି ମାଟି ଖାଇ ବଞ୍ଚିଛି ନାବାଳିକା…୧୦ ବର୍ଷ ହେଲା ଅନ୍ଧାର କୋଠରି ଭିତରେ ବିତୁଛି ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏମିତି ବହୁ ଆଚମ୍ବିତ କଲା ଭଳି ଘଟଣା ଘଟି ଜିଲ୍ଲାକୁ ଚର୍ଚ୍ଚାରେ ରଖିଛି। ମାଟି ଖାଇ ଜଣେ ମଣିଷ ବଂଚି ରହିଛି। ଯାହା ଶୁଣିଲେ କେହି ବି ଆଶ୍ଚର୍ଯ୍ୟ ପ୍ରକଟ କରିବେ। କିନ୍ତୁ ଏକଥା ସତ।ଗତ ୫ ବର୍ଷ ହେଲା ଜଣେ ନାବାଳିକା ମାଟି ଖାଇ ବଂଚି ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୁରରେ ରହିଥିବା ଚମ୍ପାଖାରୀ ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ନରସିଂହ ମାଢିଙ୍କ ଝିଅ ପୁଷ୍ପା ମାଢି। ବୟସ ୧୪ ବର୍ଷ। ସେ ଗତ ୫ ବର୍ଷ ହେଲା ମାଟି, ଇଟା ଖାଇ ବଂଚି ରହିଛନ୍ତି। ପୁଷ୍ପା ଦୁନିଆର ଆଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିପାରି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ଗତ ୧୦ ବର୍ଷ ହେଲା ଗୋଟିଏ ଅନ୍ଧାର ଘରେ ରହିଆସୁଛି। ବାହାରକୁ ବାହାରୁ ନାହିଁ।


ନିଜ ମାଆକୁ ଛାଡିଦେଲେ ଅନ୍ୟ କାହା ସହ ସେ କଥାବାର୍ତ୍ତା ହେଉନାହିଁ। ସାଧାରଣତଃ ଜଣେ ଶିଶୁ ମାଟି ଖାଉଥିବା କଥା ସମସ୍ତେ ଜାଣିଥିଲେ। କିନ୍ତୁ ପୁଷ୍ପା କାହିଁକି ମାଟି ଖାଉଛି ତାହା ପରିବାର ଲୋକେ କିମ୍ବା କେହି କିଛି କହି ପାରୁନାହାନ୍ତି। ଯେଉଁ ଘରେ ସେ ରହିଛି ସେହି ଘରର କାନ୍ଥର ଇଟା ଖାଇ କଣା କରିସାରିଲାଣି। ପରିବାର ଘୋର ଅନାଟନରେ ଚଳୁଥିବା ବେଳେ ଝିଅର ଚିକିତ୍ସା କରାଇବା ପାଇଁ ସମର୍ଥ ନଥିବା ନରସିଂହ କହନ୍ତି। ତେବେ ଗୁଣିଆ ଡିଶାରି କରି ପୁଷ୍ପାକୁ ଭଲ କରିଥିବା ପରିବାର ଲୋକେ କହନ୍ତି୍। ତେବେ ଏନେଇ ମେଡିକାଲରର ଡାକ୍ତର ଏ.କେ.ଭୋଳଙ୍କୁ ପଚରାଯିବାରୁ ସେ ଏହାକୁ ପାଇକା ରୋଗ ବୋଲି କହିଥିଲେ। ଜନ୍ମରୁ ପେଟରେ କୃମି ଥିଲେ ପିଲମାନେ ମାଟି ଖାଇଥାନ୍ତି। ହେଲେ ପୁଷ୍ପା କ୍ଷେତ୍ରରେ କିନ୍ତୁ ସଂପୂର୍ଣ୍ଣ ଅଲଗା। ସେ ମାଟି ଖାଇ ଗତ ୫ ବର୍ଷ ହେଲା ବଂଚି ରହିଛି। ତେଣୁ ପୁଷ୍ପା ଖାଉଥିବା ମାଟିରେ କଣ ଉପାଦନ ରହିଛି ତାହା ବୈଜ୍ଞାନିକ ପରୀକ୍ଷା କରିବା ପରେ ହିଁ ଜଣାପଡିବ ବୋଲି ସେ କହିଥିଲେ।

ତେବେ ପୁଷ୍ପାକୁ ତୁରନ୍ତ ମେଡିକାଲ ଚିକିତ୍ସା ଦରକାର ବୋଲି ସେ କହିଥିଲେ। ସେ ଏନେଇ ଖବର ନେବା ପରେ ତୁରନ୍ତ ପୁଷ୍ପାକୁ ମେଡିକାଲକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜଣେ ମଣିଷ ଖାଦ୍ୟ ନଖାଇ ବହୁ ସମୟ ରହିପାରିବ ନାହିଁ। କିନ୍ତୁ ପୁଷ୍ପା ଖାଦ୍ୟ ନଖାଇ କେବଳ ମାଟି ଖାଇ ବଂଚି ରହିଛି। ଯାହା ଆଶ୍ଚର୍ଯ୍ୟ ଲାଗୁଥଇଲେ ମଧ୍ୟ ସତ। ଏହାର ଗବେଷଣା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ