ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

୪୩ବର୍ଷ ବୟସରେ କାହିଁକି ମା ହେବାକୁ ନିଷ୍ପତ୍ତି ନେଇଥିଲେ ଫାରା ଖାନ୍ ? ଓପନ ଲେଟରରୁ ଖୋଲିଲେ ନିଜ ରାଜ୍

ମ୍ବାଇ ୨୫/୧୧: ଆଜିକାଲି ଲୋକେ ବିବାହର ବର୍ଷେ କିମ୍ବା ୨ବର୍ଷ ପରେ ଛୁଆ ଜନ୍ମ କରି ପରିବାରକୁ ପୂରା କରି ଦେଉଛନ୍ତି। ଅଧିକାଂଶ ସମୟରେ ଏପରି ଦେଖାଯାଏ ଯେ ମା ହେବାର ନିଷ୍ପତ୍ତିରେ ମହିଳାଙ୍କ ମତ ନିଆଯାଇନଥାଏ। ବରଂ ସେମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଅର୍ଡ଼ର ଦିଆଯାଇଥାଏ । ଆଜି ସମାଜ ମଡର୍ଣ୍ଣ ହୋଇଯାଇଛି କିନ୍ତୁ ମହିଳାମାନେ ଅଧିକ ବୟସରେ ମା ହେଲେ ଲୋକେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠାଉଛନ୍ତି। ଏବେ ଏହାକୁ ନେଇ ଫାରା ଖାନ୍ ଏକ ଓପନ ଲେଟର ଲେଖିଛନ୍ତି।

ଫାରା ଖାନ୍ ୪୩ବର୍ଷ ବୟସରେ ମା ହୋଇଥିଲେ। ଫାରା ଖାନଙ୍କ ୩ପିଲା ଏବଂ ଏବେ ସେମାନେ ୧୨ବର୍ଷର ହୋଇଯାଇଛନ୍ତି। ନିକଟରେ ଫାରା ଖାନ୍ ନିଜ ଇନଷ୍ଟାଗ୍ରାମରେ ଏକ ଓପନ ଲେଟରକୁ ସେୟାର କରିଛନ୍ତି।

ଏହି ଲେଟରରେ ଫାରା ଖାନ୍ ଲେଖିଛନ୍ତି ଯେ ,‘ ଗୋଟିଏ ଝିଅ,ପତ୍ନୀ ଏବଂ ମା ହୋଇଥିବାରୁ ତାଙ୍କୁ ନିଷ୍ପତ୍ତି ନେବାର ଥିଲା ଯାହା ଫଳରେ ସେ କୋରିଓଗ୍ରାଫର ,ଫିଲ୍ମମେକର ଏବଂ ପ୍ରଡ୍ୟୁସର ହୋଇଥିଲେ। ସବୁ ଥର ଯେତେବେଳେ ତାଙ୍କୁ ଲାଗିଥିଲା ଯେ ସେ ଠିକ୍ ଅଛନ୍ତି ସେତେବେଳେ ସେ ନିଜ ହୃଦୟ କଥାକୁ ଶୁଣିଥିଲେ ଏବଂ ଏଥିରେ ଆଗକୁ ବଢ଼ିଥିଲେ। ଲୋକଙ୍କ ନିଷ୍ପତ୍ତି ବିଷୟରେ ବହୁତ ଭାବିଲେ ସମସ୍ତେ ଭୁଲି ଯାଇଥାନ୍ତି ଯେ ଏହା ସେମାନଙ୍କ ଜୀବନ ଏବଂ ନିଷ୍ପତ୍ତି ନେବାର ଅଧିକାର ସେମାନଙ୍କର ରହିଛି।’

ଫାରା ଖାନ୍ ଆଗକୁ ଲେଖିଛନ୍ତି ଯେ ,‘ ଆଜି ସେ ତାଙ୍କ ନିଷ୍ପତ୍ତି ଯୋଗୁଁ ୩ପିଲାଙ୍କ ଗର୍ବିତ ମାଆ। ସେ ଯେତେବେଳେ ପ୍ରସ୍ତୁତ ଥିଲେ ସେତେବେଳେ ମାଆ ହୋଇଥିଲେ, ସେତେବେଳେ ନୁହେଁ ଯେତେବେଳେ ସମାଜ ଏହାର ଦାବି କରିଥିଲା। ଏହା ପ୍ରେଗନେଣ୍ଟ ହେବା ପାଇଁ ଠିକ୍ ସମୟ ବୋଲି ଭାବି ସେ ଏହି ନିଷ୍ପତ୍ତି ନେଇଥିଲେ। ବିଜ୍ଞାନର ଧନ୍ୟବାଦ ଯେ ସେ ତାଙ୍କ ବୟସରେ IVF ଜରିଆରେ ଏପରି କରିବାରେ ସଫଳ ହୋଇଥିଲେ। ଆଜି ଏହା ଦେଖି ଭଲ ଲାଗୁଛି ଯେ ବହୁତ ମହିଳା ନ ଡରି ଏପରି କରିବାକୁ ନିଷ୍ପତ୍ତି ନେଉଛନ୍ତି।’

ଫାରା ଆଗକୁ ଲେଖିଛନ୍ତି,‘ଯଦି ପ୍ରେମ ବିନା ବିବାହ ହୋଇପାରେ ତେବେ ସ୍ବାମୀ ବିନା ମା କାହିଁକି ନୁହେଁ? ସେ କୁହନ୍ତି ଆମ ନିଷ୍ପତ୍ତି ଆମକୁ ବନାଇଥାଏ। ସେ ୪୩ବର୍ଷ ବୟସରେ ଏକ IVF ମମ୍ ହୋଇଥିଲେ ଏବଂ ସେ ଏଥିପାଇଁ ଗର୍ବିତ। ’

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା