ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଡାକ୍ତରଙ୍କୁ ସାଲ୍ୟୁଟ୍: ଯୁବକ ଟିଭିରେ ଦେଖିଲେ ନିଜ ପ୍ରିୟ ଶୋ’, ସଫଳତାପୂର୍ବକ ଓପନ୍ ବ୍ରେନ ସର୍ଜରୀ କଲେ ଡାକ୍ତର

ହାଇଦ୍ରାବାଦ ୨୨/୧୧ : ଡାକ୍ତରଙ୍କୁ ଭଗବାନ ଆଉ ଏକ ରୂପ ବୋଲି କୁହାଯାଏ। ଡାକ୍ତର ସବୁବେଳେ ନିଜ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପୁରା ପ୍ରୟାସ କରିଥାନ୍ତି। କିନ୍ତୁ ଏକ ସଫଳ ଅପରେସନ ପାଇଁ ଡାକ୍ତର କେବଳ ଔଷଧ ଓ ପ୍ରାର୍ଥନା ଉପରେ ନିର୍ଭରଶୀଳ ନୁହନ୍ତି। ଅପରେସନ ପାଇଁ ଡାକ୍ତର ବେଳେବେଳେ ଅନ୍ୟ ଜିନିଷର ମଧ୍ୟ ସାହାଯ୍ୟ ନେଇଥାନ୍ତି। କିଛି ଦିନ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶ ଗୁଣ୍ଠୁରରେ ଏକ ଯୁବକଙ୍କ ଅପରେସନ ଥିଲା। ଡାକ୍ତର ଚାହୁଁଥିଲେ ଅପରେସନ ବେଳେ ରୋଗୀ ଚେତା ରୁହନ୍ତୁ ଯେପରି ତାଙ୍କ ଓପନ ବ୍ରେନ ସର୍ଜରୀ ସଫଳାତାପୂର୍ବକ ହୋଇପାରିବ। ଡାକ୍ତର ରୋଗୀଙ୍କୁ ତାଙ୍କ ପ୍ରିୟ ଶୋ’ ସମ୍ବନ୍ଧରେ ପଚାରିଥିଲେ। ସେ କହିଥିଲେ ତାଙ୍କ ପ୍ରିୟ ଶୋ’ ବିଗ ବସ। ଏହାପରେ ଡାକ୍ତର ତାଙ୍କୁ ବିଗ ବସ ଦେଖିବାକୁ କହିଥିଲେ। ଡାକ୍ତର କହିଛନ୍ତି ଯେ ରୋଗୀ ଅପରେସନ ବେଳେ ବିଗ ବସ ସହ ହଲିଉଡ଼ ଫିଲ୍ମ ମଧ୍ୟ ଦେଖିଥିଲେ।

ଇଂରାଜୀ ୱେବସାଇଟ ଇଣ୍ଡିଆ ଟୁଡ଼େ ଅନୁସାରେ, ୩୩ ବର୍ଷ ବୟସ୍କ ଯୁବକ ଅପରେସନ ସମୟରେ ଚେତା ଥିଲେ। ଅପରେସନ ବେଳେ ସେ ଚେତା ରହିବା ଆବଶ୍ୟକ ଯେପରି ବ୍ରେନରେ ହେଉଥିବା ଗତିବିଧି ଡାକ୍ତର କମ୍ପ୍ୟୁଟର ଜରିଆରେ ମନିଟର କରିପାରିବେ। ୩୩ ବର୍ଷ ବୟସ୍କ ବାରା ପ୍ରସାଦଙ୍କ ଅପରେସନ ବୃନ୍ଦ ନ୍ୟୁରୋ ସେଣ୍ଟରରେ ହୋଇଛି। ଅପରେସନ କରି ଡାକ୍ତର ଯୁବକଙ୍କ ବ୍ରେନ ଥିବା ଟ୍ୟୁମର ବାହାର କରିଛନ୍ତି। ଅପରେସନ ବେଳେ ସେ ବିଗ ବସ ଓ ହଲିଉଡ଼ ଫିଲ୍ମ ଅବତାର ଦେଖୁଥିଲେ।

୨୦୧୬ ମସିହାରେ ମଧ୍ୟ ବାରା ପ୍ରସାଦଙ୍କର ଏକ ଅପରେସନ ହୋଇଥିଲା। କିନ୍ତୁ ସେ ଅପରେସନ ସମ୍ପୂର୍ଣ ସଫଳ ହୋଇନଥିଲା। ଯାହାଫଳରେ ତାଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା। ଡାକ୍ତର ବି.ଶ୍ରୀନିବାସ ରେଡ୍ଡୀ, ଡ.ରସାଦୀ ଶେଖର ଓ ଡ.ତ୍ରିନାଥ ଏକ ଘରୋଇ ହସ୍ପିଟାଲରେ ବାରା ପ୍ରସାଦଙ୍କ ଅପରେସନ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ