ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅନାଥ ଆଶ୍ରମ ବାହାରୁ ଅଢେଇ ମାସର ଶିଶୁ ଉଦ୍ଧାର, ପାଖରେ ଥିଲା କ୍ଷୀର ବୋତଲ: କମ୍ବଳରେ ଗୁଡେଇ କେହି ଜଣେ ଛାଡି ଯାଇଥିଲା

ପଲବଲ ୧୭/୧୧ : ହରିୟାଣା ପଲବଲ ଜିଲ୍ଲାରୁ ଏକ ଅମାନବୀୟ ମାମଲା ସାମ୍ନାକୁ ଆସିଛି। ଛୋଟ ଦୀପାବଳି ଦିନ ଗୋଟିଏ ପରିବାର ଅଢେଇ ମାସର ଶିଶୁକୁ ଅନାଥ ଆଶ୍ରମ ଦ୍ୱାରମୁହାରେ ଛାଡି ଚାଲିଗଲା। ଘଟଣା ପଲବଲ ଜିଲ୍ଲା ବଘୌଲା ଗାଁ ସ୍ଥିତ ଅନାଥ ଆଶ୍ରମର। ଶୁକ୍ରବାର ଦିନ ଏକ ଶିଶୁ କମ୍ବଳରେ ଗୁଡା ହୋଇ ଶୁଆଇ ଦିଆଯାଇଥିବା ଆଶ୍ରମ ବାହାରେ ଖେଳୁଥିବା ଏକ ଶିଶୁ ଦେଖିଥିଲା। ଶିଶୁ ପାଖରେ କ୍ଷୀର ବୋତଲ ମଧ୍ୟ ଥିଲା। ଏହା ଦେଖି ଆଶ୍ରମ ସଞ୍ଚାଳକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଶିଶୁକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚାଇଲ୍ଡ ୱେଲଫେୟାର ସୋସାଇଟି ଶିଶୁର ଦେଖରେଖ କରୁଛି।

ବାଲ କଲ୍ୟାଣ ସମିତି ସଦସ୍ୟ ଅଲ୍ପନା ମିତ୍ତଲ କହିଛନ୍ତି ଯେ ଶିଶୁଟି ସୁସ୍ଥ ଅଛି। ଡାକ୍ତର ଶିଶୁର ବୟସ ଅଢେଇରୁ ତିନି ମାସ ହୋଇଥିବା କହିଛନ୍ତି। ଠିକ ସମୟରେ ଶିଶୁ ଉପରେ କାହାର ନଜର ନ ପଡ଼ିଥିଲେ ଶିଶୁତୀର ମୃତ୍ୟୁ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି। କୌଣସି ମହିଳା ପାରିବାରିକ କଳହ ଯୋଗୁଁ ଶିଶୁକୁ ଏହିଭଳି ଅନାଥ ଆଶ୍ରମ ସାମ୍ନାରେ ଛାଡି ଯାଇଥିବା ସନ୍ଦେହ କରାଯାଉଛି।

ଅଲ୍ପନା ମିତ୍ତଲ କହିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ସିସିଆଇ (ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ)ଗଠନ କରିଛନ୍ତି। ଏହା ଜରିଆରେ ଯେକୌଣସି ନାଗରିକ ସ୍ବେଛାକୃତ ଭାବେ ନିଜ ଶିଶୁଙ୍କୁ ଆଇନ ପ୍ରକ୍ରିୟା ଦ୍ୱାରା ସରକାରଙ୍କୁ ହସ୍ତାନ୍ତର କରିପାରିବେ। ଜିଲ୍ଲା ବାଲ କଲ୍ୟାଣ ଅଧିକାରୀ ସୀତା ଇନ୍ଦୀବର କହିଛନ୍ତି ଯେ ବଘୌଲା ଗାଁ ଆଖପାଖରେ କାମ କରୁଥିବା ଅଙ୍ଗନବାଡି କର୍ମଚାରୀଙ୍କ ମାଧ୍ୟମରେ ଶିଶୁର ବାପା-ମା’ ସମ୍ପର୍କରେ ପତା କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ ପୋଲିସର ମଧ୍ୟ ସାହାଯ୍ୟ ନିଆଯାଇଛି।

ପଲବଲ ଆଶ୍ରମରେ ଜାଗା ନଥିବାରୁ ଶିଶୁକୁ ଫରିଦାବାଦ ସ୍ଥିତ ଚାଇଲ୍ଡ କେୟାର ୟୁନିଟକୁ ପଠାଇ ଦିଆଯାଇଛି। ଏଥିପାଇଁ ସମସ୍ତ ଆଇନ ପ୍ରକ୍ରିୟା ମଧ୍ୟ ପୁରା କରିଦିଆଯାଇଛି। କୌଣସି ଇଚ୍ଛୁକ ବ୍ୟକ୍ତି ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଚାହୁଁଥିଲେ ରାଜ୍ୟ ସରକାରଙ୍କ ୱେବସାଇଟକୁ ଯାଇ ଆବେଦନ କରି ଶିଶୁକୁ ନେଇପାରିବେ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ