ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା, ଆକଳନ କହୁଛି ଏହି ତାରିଖରୁ ଲାଗୁହେବ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ ୧୬।୧୧: ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ନକରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଆଗାମୀ ବର୍ଷ ଜୁଲାଇ ମାସରେ ବୃଦ୍ଧି କରିବାକୁ ବିଚାର କରିପାରନ୍ତି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ଜୁଲାଇ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ମାତ୍ର ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । ମନି କଣ୍ଟ୍ରୋଲର ରିପୋର୍ଟ ଅନୁସାରେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ସୂଚନା ଅନୁସାରେ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଆର୍ଥିକ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଲକ୍ଷାଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ରଦ୍ଦ କରିଦେଇଥିଲେ । ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁସାରେ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୧ ଜାନୁଆରୀ ୨୦୨୦ରୁ ମହଙ୍ଗା ଭତ୍ତାର ଅତିରିକ୍ତ ରାଶି ଦିଆଯିବନାହିଁ । ଏହା ବ୍ୟତୀତ ଅର୍ଥ ବିଭାଗ ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ରୁ ମହଙ୍ଗା ଭତ୍ତା ବୃଦ୍ଧି ଏବଂ ଅତିରିକ୍ତ କିସ୍ତି ଦେବାକୁ ମନାକରିଦେଇଥିଲେ । ସେହିଭଳି ଯେଉଁ ବିଭାଗରେ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବଢିଥିଲା ତାହାକୁ ମଧ୍ୟ ଅଟକାଇ ଦିଆଯାଇଥିଲା ।

କରୋନା ସଙ୍କଟ ସମୟରେ ମୋଦି ସରକାର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ପୁରୁଣା ଦରରେ ମହଙ୍ଗା ଭତ୍ତା ପ୍ରଦାନ କରୁଛି । ବର୍ତ୍ତାମାନର ଦର ୨୧ ପ୍ରତିଶତ ଅଛି । ମାତ୍ର ୨୦୨୧ ପର୍ଯ୍ୟନ୍ତ ୧୭ ପ୍ରତିଶତ ଦରରେ ହିଁ ପ୍ରଦାନ କରାଯିହ । ସରକାର ଲିଭ୍ ଟ୍ରାଭେଲ ଆଲାଉନ୍ସ, ଲିଭ୍ ଟ୍ରାଭେଲ କନ୍ସେସନ ଏବଂ ବୋନସ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ କର୍ମଚାରୀଙ୍କୁ ଦୀପାବଳି ବୋନସ ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ପେନସନର ଲାଇଫ୍ ସାର୍ଟିଫିକେଟ୍ ସବମିଶନକୁ ନେଇ ବଡ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ