କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ଠାକରେ ପାଇଁ ପ୍ରଥମେ ନୱାଜୁଦ୍ଦିନଙ୍କୁ ନୁହେଁ ଏହି କଳାକାରଙ୍କୁ ମିଳିଥିଲା ସୁଯୋଗ

ମୁମ୍ବାଇ: ରାଜନୀତି ଜଗତରେ ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କର ଏକ ବିଶେଷ ଭୂମିିକା ରହିଛି। ତାଙ୍କର ଏହି ଭୂମିକା ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ୨୦୧୯ରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା। ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ମନ କିଣି ପାରିଥିଲା। ଅଭିଜିତ ପାନସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ଶିବସେନା ନେତା ସଞ୍ଜୟ ରାଉତ ଏହାକୁ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ବାଲ ଠାକରେଙ୍କ ଭୂମିକାରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଅଭିନୟ କରିଥିବା ବେଳେ ଠାକରେ ଚରିତ୍ର ପାଇଁ ସେ ପ୍ରଥମ ପସନ୍ଦ ନଥିବା ଜଣାପଡ଼ିଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ନୱାଜୁଦ୍ଦିନ ସିଦ୍ଦିକୀ ଏବଂ ଅମୃତା ରାଓ ନଜର ଆସିଥିବା ବେଳେ ଦୁହେଁ ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନଥିଲେ। ଦୁହିଁଙ୍କ ପୂର୍ବରୁ ମୁଖ୍ୟ ଭୂମିକା ପାଇଁ ଇରଫାନ ଖାନ ଏବଂ ରସିକା ଦୁଗ୍ଗଲଙ୍କୁ ବଛା ଯାଇଥିଲା। କିନ୍ତୁ ସମୟ ଅଭାବରୁ ଇରଫାନ ଖାନ ଏହି ଫିଲ୍ମ କରିବାକୁ ମନା କରିଦେଇଥିବା ବେଳେ ରସିକା ନୱାଜୁଦ୍ଦିନଙ୍କ ସହ ଫିଲ୍ମ ମଣ୍ଟୋରେ କାମ କରିସାରିଥିବାରୁ ତାଙ୍କୁ ଦ୍ବିତୀୟ ସୁଯୋଗ ମିଳିନଥିଲା। ନିର୍ମାତା ନୂଆ ଯୋଡ଼ି ନେବାକୁ ଚାହୁଁଥିବାରୁ ରସିକାଙ୍କୁ ଏହି ଫିଲ୍ମ ମିଳିନଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ