କଳା ଓ ସଂସ୍କୃତି ଧର୍ମ

ଭଗବାନ ବିଷ୍ଣୁଙ୍କୁ କିଏ ଓ କାହିଁକି ଦେଇଥିଲେ ସୁଦର୍ଶନ ଚକ୍ର: ପଢନ୍ତୁ ପୁରା କାହାଣୀ

ଭୁବନେଶ୍ୱର ୨୧/୦୧ : ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ବହୁତ ଖାସ। ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁଙ୍କୁ କଲେ ଭକ୍ତଙ୍କ ସବୁ ମନୋସ୍କାମନା ନିଶ୍ଚିତ ପୂରଣ ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ। ଭଗବାନ ବିଷ୍ଣୁ ଜଗତର ପାଳନକର୍ତ୍ତା।


ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ୩ଟି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ଓ ନୀତି ଶିକ୍ଷା ଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କିଏ ଦେଇଥିଲେ ଜାଣିଛନ୍ତି କି ? କାହାଠାରୁ ବିଷ୍ଣୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ପୁରା କାହାଣୀ।

ଥରେ ଦୈତ୍ୟଙ୍କ ଅତ୍ୟାଚାର ବହୁତ ବଢିଯାଇଥିଲା। ସେତେବେଳେ ସବୁ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ଦୈତ୍ୟଙ୍କ ବଧ କରିବାକୁ ପ୍ରାର୍ଥନା କରିଥିଲେ। ଦୈତ୍ୟଙ୍କ ନାଶ ପାଇଁ ବିଷ୍ଣୁ କୈଳାସ ପର୍ବତ ଯାଇ ଭଗବାନ ଶିବଙ୍କ ଉପାସନା କଲେ। ସେ ଏକ ହଜାର ନାମରେ ଭଗବାନ ଶିବଙ୍କ ସ୍ତୁତି ଜପ କଲେ। ଭଗବାନ ବିଷ୍ଣୁ ପ୍ରତ୍ୟେକ ନାମରେ ଭଗବାନ ଶିବଙ୍କୁ ଗୋଟିଏ ପଦ୍ମ ଫୁଲ ଅର୍ପଣ କରୁଥିଲେ। ଶିବ ବିଷ୍ଣୁଙ୍କ ପରୀକ୍ଷା ନେବା ପାଇଁ ସେ ଆଣିଥିବା ହଜାରେ ପଦ୍ମ ଫୁଲରୁ ଗୋଟିଏ ପଦ୍ମ ଲୁଚେଇ ଦେଇଥିଲେ।

ଶିବଙ୍କ ମାୟା କାରଣରୁ ବିଷ୍ଣୁ ଜାଣିପାରିଲେନି। ଗୋଟିଏ ଫୁଲ କମ ଥିବା ଦେଖି ବିଷ୍ଣୁ ତାକୁ ଖୋଜିବାକୁ ଲାଗିଲେ। ବହୁତ ଖୋଜିଲେ କିନ୍ତୁ ପାଇଲେନି। ଗୋଟିଏ ଫୁଲ କମ ଥିବାରୁ ବିଷ୍ଣୁ ନିଜର ଗୋଟିଏ ନେତ୍ର ବାହାର କରି ଶିବଙ୍କୁ ଅର୍ପଣ କରିଥିଲେ। ବିଷ୍ଣୁଙ୍କ ଭକ୍ତି ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଓ ବରଦାନ ମାଗିବାକୁ କହିଥିଲେ। ବିଷ୍ଣୁ ଦୈତ୍ୟଙ୍କ ନାଶ ପାଇଁ ବିଜୟ ଅସ୍ତ୍ର ବରଦାନ ମାଗିଥିଲେ। ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ। ବିଷ୍ଣୁ ସୁଦର୍ଶନ ଚକ୍ରରେ ଦୈତ୍ୟଙ୍କ ସଂହାର କରିଥିଲେ ଓ ଜଗତକୁ ଦୈତ୍ୟଙ୍କ ଅତ୍ୟାଚାରରୁ ମୁକ୍ତ କରିଥିଲେ। ଏହାପରେ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ସହ ସର୍ବଦା ପାଇଁ ଯୋଡି ହୋଇଗଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ