କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପୁରୀକୁ ସ୍ବଚ୍ଛ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ: ନୂଆବର୍ଷରେ ବଡ଼ଦାଣ୍ଡ ସେବା

ପୁରୀ: ପୁରୀ ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ଇଂରାଜି ନବବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ପୁରୀରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ବଡ଼ଦାଣ୍ଡର ୬ଟି ସ୍ଥାନ ଯଥା ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ, ମର୍ଚ୍ଚିକୋଟ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡ଼ଶଙ୍ଖ ଓ ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସକାଳ ୬ଟାରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମେ ଶ୍ରୀ ମନ୍ଦିର କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅବସରରେ ସଫେଇ ସଚେତନତା ରଥ ବଡ଼ଦାଣ୍ଡର ଏହି ୬ଟି ସ୍ଥାନରେ ବୁଲିବା ସହ ସ୍ବଚ୍ଛତା ବାର୍ତ୍ତା ବାଣ୍ଟିଥିଲା । ଏହି ଅବସରରେ ଏହି ସବୁ ୬ଟି ସ୍ଥାନରେ ସମବେତ ପ୍ରାର୍ଥନା କରାଯାଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବାସିନ୍ଦା, ଦୋକାନୀ, ଉଠା ଦୋକାନୀ, ହୋଟେଲ ବ୍ୟବସାୟୀ ପ୍ରମୁଖ ସ୍ବଚ୍ଛ ସବାରୀରେ ଆବର୍ଜନା ପକାଇବା ସହ ବଡ଼ଦାଣ୍ଡକୁ ସଫା ରଖିବା ନିମନ୍ତେ ଶପଥ ପାଠ କରାଯାଇଥିଲା। ଏଥିସହ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,