ଯାଜପୁର: ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ଡିସେମ୍ବର ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବ ବୋଲି ଜଣାଯାଇଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି। କିନ୍ତୁ ଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି।
ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଅନ୍ୟ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବା ବୋଲି ଜିଲ୍ଲାପାଳ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୧ ଜାନୁଆରି ୩ ତାରିଖ ଠାରୁ ଜଗତସିଂହପୁର ଜିଲ୍ଲାର ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ ବୋଲି ଜଣାଯାଇଥିଲା।
