କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପୁରୀରେ ଆରମ୍ଭ ହେଲା ନୂଆ ବ୍ୟବସ୍ଥା: ମାତ୍ର ୧୦୦ ଟଙ୍କାରେ ରହିପାରିବେ ଭକ୍ତ

ପୁରୀ୧୯/୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ। ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭକ୍ତ ନିବାସ।ଶହେ କିମ୍ବା ଦେଢ଼ ଶହ ଟଙ୍କାରେ ଭକ୍ତଙ୍କ ପାଇଁ ହେବ ରହଣୀ ବ୍ୟବସ୍ଥା ରହିଛି। ଭଙ୍ଗା ଯାଇଥିବା ୨ ଟି ମାର୍କେଟ କମ୍ପ୍ଲେକ୍ସର କାମ ଖୁବ ଶୀଘ୍ର ଶେଷ ହେବ। ଜେଲ୍‌ ରୋଡରେ ବହୁ ତଳ ପାର୍କିଂ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି କଲେ ମୁଖ୍ୟ ପ୍ରଶାସକ। ଏ ନେଇ ୧୦ ଏକର ଜାଗା ଚିହ୍ନଟ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ସଂପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବ। ଏ ନେଇ ଶନିବାର ୫-ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ପୁରୀ ବିକାଶ ଏବଂ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଭି.କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି। ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,