କଳା ଓ ସଂସ୍କୃତି ଧର୍ମ

୯ ମାସ ପରେ ଖୋଲିଲା ପଶୁପତିନାଥ ମନ୍ଦିର: ବିଶେଷ ପୂଜା ପାଇଁ ନାହିଁ ଅନୁମତି

କାଠମାଣ୍ଡୁ ୧୬/୧୨ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ସବୁ ମନ୍ଦିର ଓ ଧର୍ମ ଅନୁଷ୍ଠାନ ୯ ମାସ ହେଲା ବନ୍ଦ ରହିଛି। ନେପାଳ କାଠମାଣ୍ଡୁ ସ୍ଥିତ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ୯ ମାସ ପରେ ଖୋଲିଛି। ପଶୁପତି ଏରିଆ ଡେଭେଲପ୍ମେଣ୍ଟ ଟ୍ରଷ୍ଟ ଅନୁଯାୟୀ, କରୋନା କାଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରୋଟୋକଲ ଅନୁଯାୟୀ ମନ୍ଦିର ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ମନ୍ଦିର ଖୋଲି ଦିଆଯାଇଛି।

ପଶୁପତି ମନ୍ଦିର ଟ୍ରଷ୍ଟର ସଚିବ ପ୍ରଦୀପ ଢକାଲ ସୂଚନା ଦେଇଛନ୍ତି ଯେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ ପାଳନ କରି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଭଗବାନ ପଶୁପତିନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ କରୋନା ଭାଇରସ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ମନ୍ଦିର ପ୍ରବେଶ କରିବାକୁ ଭକ୍ତଙ୍କୁ ମାସ୍କ ଲଗାଇବା ଅନିବାର୍ଯ୍ୟ। ଦର୍ଶନ ପାଇଁ ଲାଇନରେ ଛିଡା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ୨ ମିଟର ଦୂରତା ରଖିବାକୁ ହେବ। ବିକାଶ କୋଷ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯାଇଛି।

ମନ୍ଦିର ପ୍ରଶାସନ ପ୍ରଦୀପ ଢକାଲ କହିଛନ୍ତି ଯେ ମନ୍ଦିର ଖୋଲା ହୋଇଥିଲେ ବି ବିଶେଷ ପୂଜା ଓ ସାମୁହିକ ଭଜନ କୀର୍ତ୍ତନକୁ ଅନୁମତି ଦିଆଯାଇନାହିଁ। ଧୀରେ ଧୀରେ ବିଶେଷ ପୂଜା ଓ ଭଜନ କୀର୍ତ୍ତନ ମଧ୍ୟ ଆରମ୍ଭ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ