କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାୟିକା ଏବେ ଘର ଘର ବୁଲି ଦେଉଛନ୍ତି ପାର୍ସଲ, କରୋନା ବଦଳାଇଦେଲା ଇଚ୍ଛା ଓ ବୃତ୍ତି

କଟକ ୧୫।୧୨: ଭଜନ ଗାୟିକା ସାଜିଲେ ହୋମ୍ ଡେଲିଭରି ଗାର୍ଲ । ଦିନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ନିଜର ଭଜନ ଗୀତରେ ଲୋକଙ୍କ ଭକ୍ତି ଭାବ ସହିତ ବନ୍ଧି ରଖୁଥିଲେ । ଆଜିର ଦିନରେ ନିଜ ସ୍କୁଟିରେ ଘରକୁ ଘର ବୁଲି ଦେଉଛନ୍ତି ଅନଲାଇନ୍ ପାର୍ସଲ । କରୋନା ପାଇଁ ରୋଜଗାର ହରାଇବା ପରେ ଘର ପରିବାର ପେଟପୋଷଣ ପାଇଁ ଭଜନ ଗାୟିକାରୁ ହୋମ୍ ଡେଲିଭରି ଗାର୍ଲ ପାଲଟିଛନ୍ତି ଜ୍ୟୋସ୍ନା ପାତ୍ର ।

ଦିନେ ମଞ୍ଚ ଉପରେ ନିଜର କଣ୍ଠର ଯାଦୁରେ ଲୋକଙ୍କୁ ଭକ୍ତି ଭାବରେ ବନ୍ଧି ରଖୁଥିଲେ ଏହି ଗାୟିକା ଜଣଙ୍କ । ମାତ୍ର ଆଜି ସ୍ଥିତି ଏପରି ଆସିଛି ନିଜ ପରିବାର ପ୍ରତିପୋଷଣ ପାଇଁ ନିଜ ବୃତ୍ତିକୁ ବଦଳାଇବାକୁ ପଡିଛି । ବାଟ ବାଛିଛନ୍ତି ହୋମ୍‌ ଡେଲିଭରିର । କଟକର ପ୍ରଥମ ମହିଳା ହୋମ୍ ଡେଲିଭରି ଗାର୍ଲ ତଥା ଭଜନ ଗାୟିକା ହେଉଛନ୍ତି ଜ୍ୟୋସ୍ନା ପାତ୍ର । କରୋନା ମାହମାରୀ ଅନେକ କଳାକାରଙ୍କ ଭଳି ଜ୍ୟୋତ୍ସାଙ୍କ ଜୀବନରେ ମଧ୍ୟ ଅନେକ ଆର୍ଥିକ ସମସ୍ୟା ଆଣିଛି । ଚାରିଆଡେ ଭଜନ ସମାରୋହ ଆୟୋଜନ ବି ବନ୍ଦ ହୋଇଗଲା । ଯାହା ବି କିଛି ଦି ପଇସା ରୋଜଗାର ରହିଥିଲା ତାହା ବି ହରାଇବାକୁ ପଡିଲା । ତେଣୁ ନିଜର ଜଣେ ବନ୍ଧୁଙ୍କ ସାହାଯ୍ୟରେ ଏକ କମ୍ପାନୀରେ ହୋମ୍ ଡେଲିଭରିର ଭାବେ କାର୍ଯ୍ୟ କରୁଛନ୍ତି । ଦିନେ ଗୋଟିଏ ପରେ ଗୋଟିଏ ମଞ୍ଚକୁ ଯାଇ ନିଜେ ଭଜନ ଗୀତ ପରିବେଷଣ କରୁଥିବା ବେଳେ ଆଜି ଗୋଟିଏ ପରେ ଗୋଟିଏ ଘରକୁ ବୁଲି ପାର୍ସଲକୁ ହୋମ୍ ଡେଲିଭରି କରୁଛନ୍ତି ।

କଟକ ନୁହେଁ କଟକ ବାହାରେ ମଧ୍ୟ ଭଜନ କଣ୍ଠଶିଳ୍ପୀ ଭାବେ ଜ୍ୟୋତ୍ସାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ବର୍ଷ ତମାମ ଅପେକ୍ଷା ପାର୍ବଣ ଋତୁ ସମୟରେ ଫୁରସତ ମିଳିନଥାଏ । ମାତ୍ର କୋରନା ପାଇଁ ସମ୍ପୂର୍ଣ୍ଣ ଭାବେ ଘର ଚାରି କାନ୍ଥ ଭିତରେ ଦିନ କାଟିବାକୁ ପଡିଛି । ସ୍ବାମୀଙ୍କ ଦେହାନ୍ତ ପରେ ଜ୍ୟୋତ୍ସାଙ୍କ ଉପରେ ଏବେ ପରିବାର ଚାପ । ତେଣୁ ପରିସ୍ଥିତିକୁ ସାମ୍ନା କରି ହୋମ୍ ଡେଲିଭରି ଗାର୍ଲ ଭାବେ ରୋଜଗାରର ପନ୍ଥା ଆପଣାଇ ଘର ପରିବାର ଚଳାଉଛନ୍ତି । ମାତ୍ର ଏ ସବୁ ଭିତରେ ଭଜନ ପ୍ରତି ରହିଥିବା ନିଶାକୁ ବି ଛାଡି ନାହାନ୍ତି । ଯେତେବେଳେ ବି ଫୁରସତ ମିଳିଲେ ନିଜ ଗୁରୁଙ୍କ ସହିତ ଭଜନ ଗୀତର ଅଭ୍ୟାସରେ ଲାଗି ପଡନ୍ତି ଜ୍ୟୋସ୍ନା ।

କରୋନା ଯୋଗୁଁ ଭଜନ ଗାୟିକାରୁ ହୋମ୍ ଡେଲିଭରି ଗାର୍ଲ ସାଜିଥିବା ଜ୍ୟୋସ୍ନା ପାତ୍ର ଭଳି ଅନେକ କଳାକାର ଏଭଳି ସ୍ଥିତି ଦେଇ ଗତି କରିବାକୁ ପଡୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,