କଳା ଓ ସଂସ୍କୃତି ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ବ୍ଲାକ୍ କଫି ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଓଜନ କମ୍ କରିବାରେ ହୋଇଥାଏ ସହାୟକ

ଭୁବନେଶ୍ୱର ୧୪/୧୨ : ଆଜିକାଲି ଜୀବନଶୈଳୀ ମୋଟାପଣର ମୁଖ୍ୟ କାରଣ। ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଓଜନ କମାଇବାକୁ ଓ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଲୋକ ନାନା ଉପାୟ କରିଥାନ୍ତି। ଓଜନ ବଢିବା ପରେ କମ୍ କରିବା କଷ୍ଟକର ପାଠ ହୋଇପଡେ। ଓଜନ କମ୍ କରିବାକୁ ଏକ ସରଳ ଉପାୟ ମଧ୍ୟ ରହିଛି ଯାହାଦ୍ୱାରା ଆପଣ ଘରେ ବସି ଓଜନ କମ୍ କରିପାରିବେ।


କଫି ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଅଧିକାଂଶ ଲୋକ କଫି ପିଇବାକୁ ଭଲ ପାଆନ୍ତି। ବ୍ଲାକ୍ କଫି ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ବ୍ଲାକ୍ କଫି ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବ୍ଲାକ୍ କଫିରେ ପୋଷାକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ଏକ ପ୍ରକାର ଏନର୍ଜି ବୁଷ୍ଟର୍। ଏହା କ୍ୟାନସର, ହୃଦୟ ରୋଗ, ମଧୁମେହ ଭଳି ଅନେକ ରୋଗ ସହ ମୁକାବିଲା କରିବାକୁ ସାହାଯ୍ୟ କରିଥାଏ।

963241202

ବ୍ଲାକ କଫି ଚର୍ବି ତରଲାଇବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଚିନି, କ୍ଷୀର କିମ୍ବା କ୍ରିମ ବ୍ୟବହାର କରନ୍ତୁନି। ବ୍ଲାକ୍ କଫିରେ କ୍ଲୋରୋଜେନିକ୍ ଏସିଡ୍ ଅଛି ଯାହା ଓଜନ କମ୍ କରିବା ପ୍ରକ୍ରିୟାକୁ ବଢାଇଥାଏ। ଏହା ଶରୀରରେ ଗ୍ଲୁକୋଜ ଉତ୍ପାଦନକୁ ମନ୍ଥର କରିଥାଏ। ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତାହେଲେ ବ୍ଲାକ୍ କଫି ନିଶ୍ଚୟ ସେବନ କରନ୍ତୁ।

କିଛି ଲୋକଙ୍କ ଶରୀରରେ ପାଣିର ମାତ୍ରା ଅଧିକ ଥିବାରୁ ମଧ୍ୟ ଓଜନ ବଢି ଯାଇଥାଏ। ବ୍ଲାକ୍ କଫି ଲଗାତାର ପରିସ୍ରା ମାଧ୍ୟମରେ ଶରୀରରୁ ଅତିରିକ୍ତ ପାଣିର ମାତ୍ରା କମ୍ କରିବାରେ ସାହାଯ୍ୟ କରିଥାଏ।

ବ୍ଲାକ୍ କଫିରେ ଥିବା କ୍ୟାଫିନ ଏନର୍ଜି ବୁଷ୍ଟରର କାମ କରିଥାଏ। ବ୍ଲାକ୍ କଫି ସେବନ ଦ୍ୱାରା ଆକ୍ଟିଭ୍ ଅନୁଭୂତ ହୋଇଥାଏ। ବ୍ଲାକ୍ କଫି ରକ୍ତରେ କୋଲେଷ୍ଟ୍ରଲ୍ ସ୍ଥରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ