କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଶୀତଦିନେ ପ୍ରତିଦିନ ନିଶ୍ଚୟ ଖାଆନ୍ତୁ ଗୁଡ଼ : ଜାଣନ୍ତୁ ଏହାକୁ ସେବନ କରିବାର ୮ଟି ଫାଇଦା

ଗୁଡ଼କୁ ଚିନିର ସବୁଠୁ ସ୍ବାସ୍ଥ୍ୟକାରୀ ବିକଳ୍ପ ବୋଲି କୁହାଯାଇଥାଏ। ଗୁଡ଼ରେ ପ୍ରାକୃତିକ ମଧୁରତା ଥାଏ ଯାହା ଖାଇବାକୁ ସ୍ବାଦିଷ୍ଟ ଲାଗିବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶୀତଦିନେ ସବୁଠୁ ଅଧିକ ଗୁଡ଼ ବ୍ୟବହାର କରାଯାଇଥାଏ। ଗୁଡ଼ରେ ପ୍ରୋଟିନ୍,କୋଲିନ୍,ବିଟେନ୍,ଭିଟାମିନ୍ B12, B6,ଫୋଲେଟ୍,କ୍ୟାଲସିୟମ୍,ଆଇରନ୍,ଫସଫରସ୍,ମ୍ୟାଗ୍ନେସିୟମ,ସେଲେନିୟମ୍,ମାଙ୍ଗାନିଜ ଏବଂ କାର୍ବୋହାଇଡ୍ରେଟ୍ ଥାଏ। ଏହାର ଗୁଣ ଗୁଡ଼ିକ ଯୋଗୁଁ ଏହାକୁ ସୁପର ସ୍ବିଟନର କୁହାଯାଏ। ଆସନ୍ତୁ ଜାଣିବା ଏହାର ୮ଟି ଫାଇଦା ବିଷୟରେ।


୧. ଶ୍ବାସରୋଗରେ ଉପଯୋଗୀ : ଶ୍ବାସରୋଗ ଏବଂ ବ୍ରୋଙ୍କାଇଟିସକୁ ଏହା ରୋକିବାର କାମ କରିଥାଏ। ଯେଉଁମାନଙ୍କର ଶ୍ବାସ ସହ ଜଡ଼ିତ କୌଣସି ସମସ୍ୟା ଥାଏ ସେମାନଙ୍କୁ ଗୁଡ଼ ନିଶ୍ଚିତ ଖାଇବା ଉଚିତ୍। ରାଶି ସହ ଗୁଡ଼ ସେବନ କରିବା ଆହୁରି ଲାଭଦାୟକ ହୋଇଥାଏ।

୨. ଓଜନ ହ୍ରାସ କରିବାରେ ଲାଭଦାୟକ : ଅଳ୍ପ ମାତ୍ରାରେ ଗୁଡ଼ ସେବନ ଓଜନ କମାଇବାରେ ସହାୟକ ହୋଇଥାଏ। ଏହା ପୋଟାସିୟମର ଉତ୍ତମ ସ୍ରୋତ ଯାହା ଇଲେକ୍ଟୋଲାଇଟ୍ସକୁ ସନ୍ତୁଳିତ କରିଥାଏ,ମେଟାବଲିଜମକୁ ବଢ଼ାଇଥାଏ ଏବଂ ମାଂସପେଶୀକୁ ମଜବୁତ କରିଥାଏ। ପୋଟାସିୟମ ଓଜନ କମାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

୩. ରକ୍ତଚାପକୁ ନିୟନ୍ତ୍ରଣ କରେ : ଗୁଡ଼ରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ ଯାହା ଶରୀରରେ ଏସିଡର ସ୍ତରକୁ ବଜାୟ ରଖିବା​‌ରେ ସାହାଯ୍ୟ କରିଥାଏ। ଏହା ଯୋଗୁଁ ରକ୍ତଚାପର ସ୍ତର ସାମାନ୍ୟ ରହିଥାଏ। ଯେଉଁମାନଙ୍କ ନିମ୍ନ ରକ୍ତଚାପ ରହିଥାଏ ସେମାନେ ଗୁଡ଼ ସେବନ କରିବା ଉଚିତ୍।


୪. ଥଣ୍ଡା,କାଶ ପାଇଁ ଲାଭଦାୟକ : ଗୁଡ଼ ଥଣ୍ଡାଜ୍ବର,କାଶ ଏବଂ ଫ୍ଲୁ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ ଯାହା ଫ୍ଲୁ ସହ ଲଢ଼ିବାରେ ସହାୟକ ହୋଇଥାଏ। ଅଧିକ ଲାଭ ପାଇଁ ଗୁଡ଼କୁ କ୍ଷୀରରେ ମିଶାଇ ପିଅନ୍ତୁ। ଆପଣ ଏହାର ଚା କରି ମଧ୍ୟ ପିଇ ପାରିବେ।

୫. ଆଣ୍ଠୁ ଯନ୍ତ୍ରଣାକୁ ମଧ୍ୟ କମ୍ କରିଥାଏ : ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଗୁଡ଼ ଉପଶମ ଦେଇଥାଏ। ଯେଉଁମାନଙ୍କର ଏହି ସମସ୍ୟା ଥାଏ ସେମାନଙ୍କୁ ପ୍ରତିଦିନ ଗୁଡ଼ ଖାଇବା ଉଚିତ୍। ଅଦା ସହ ଗୁଡ଼ ନେଲେ ଏହାର ଶୀଘ୍ର ପ୍ରଭାବ ମିଳିଥାଏ।


୬. ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ : ଗୁଡ଼ରେ ସେଲେନିୟମ ଏବଂ ଜିଙ୍କ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରକୁ ଫ୍ରି ରାଡିକଲ୍ସ ଏବଂ ସଂକ୍ରମଣରୁ ରକ୍ଷା କରିବାର କାମ କରିଥାଏ। ଏହି କାରଣରୁ ଶୀତଦିନେ ଅଧିକ ଗୁଡ଼ ସେବନ କରାଯାଇଥାଏ।


୭. ଆନିମିଆକୁ ରୋକିଥାଏ : ଆନିମିଆକୁ ରୋକିବା ପାଇଁ ଶରୀରରେ RBCର ପର୍ଯ୍ୟାପ୍ତ ସ୍ତର,ଆଇରନ୍ ଏବଂ ଫୋଲେଟ୍ ହେବା ଜରୁରୀ। ଗୁଡ଼ରେ ଆଇରନ୍ ଏବଂ ଫୋଲେଟ ଭରପୂର ମାତ୍ରାରେ ଥାଏ ଯାହା ଆନିମିଆକୁ ରୋକିଥାଏ। ଆନିମିଆ ରୋଗୀଙ୍କୁ ଡାକ୍ତର ମଧ୍ୟ ଗୁଡ଼ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ବ୍ୟତୀତ ଗୁଡ଼ ରକ୍ତକୁ ମଧ୍ୟ ସ୍ବଚ୍ଛ କରିଥାଏ।

୮.ପିରିୟଡ଼ସ୍ ଯନ୍ତ୍ରଣାକୁ ମଧ୍ୟ କମ୍ କରିଥାଏ : ପିରିୟଡ଼ସ୍ ଯନ୍ତ୍ରଣାକୁ କମ୍ କରିବା ପାଇଁ ଗୁଡ଼ ଏକ ପ୍ରାକୃତିକ ଉପଚାରର କାମ କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ