କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

୧୪ ଡିସେମ୍ବରରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ : ଜାଣନ୍ତୁ ସମୟ, ମହତ୍ତ୍ବ ଏବଂ ପ୍ରଭାବ

ନୂଆଦିଲ୍ଲୀ ୯।୧୨: ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବର ସୋମବାର ଦିନ ହେବାକୁ ଯାଉଛି । ସେହିଦିନ ଅମାବାସ୍ୟା ମଧ୍ୟ ପଡୁଛି । ସେହି ଦିନ ରାତିରେ ଲାଗିବାକୁ ଥିବା ପରାଗକୁ ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ଖଣ୍ଡଗ୍ରାସ ପରାଗ ବୋଲି କୁହାଯାଇଥାଏ ।

ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସିଥାଏ ତେବେ ସେହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ । ମାତ୍ର ଚନ୍ଦ୍ର ଯେତେବେଳେ ଆଂଶିକ ରୂପରେ ସୂର୍ଯ୍ୟକୁ ଘୋଡାଇଦିଏ ତେବେ ତାହାକୁ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ କୁହାଯାଇଥାଏ । ଅର୍ଥାତ୍ ୧୪ ଡିସେମ୍ବରକୁ ହେବାକୁ ଥିବା ସୂର୍ଯ୍ୟ ପରାଗ ଆଂଶିକ ଗ୍ରହଣ ହେବ ।

ରିପୋର୍ଟ ଅନୁସାରେ ଭାରତୀୟ ସମୟ ଅନୁସାରେ ୧୪ ଡିସେମ୍ବର ସନ୍ଧ୍ୟା ୭ଟା ୩ ମିନିଟ୍ ରୁ ପରାଗ ଆରମ୍ଭ ହେବ । ତାରି ୧୨ଟା ୨୩ରେ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି ରହିବ ।

ଏମିତିରେ ଗ୍ରହଣ ଏକ ସାଧାରଣ ଖଗୋଳୀୟ ଘଟଣା ଯାହାର ମନୁଷ୍ୟ ଜୀବନ ଉପରେ ଖାସ୍ ମହତ୍ତ୍ବ ନାହିଁ । ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ମହତ୍ବପୂର୍ଣ୍ଣ ବୋଲି ଜଣାଯାଉଛି । ପରାଗର ପ୍ରଭାବ ରାଶି ଏବଂ ଲୋକଙ୍କ ଭବିଷ୍ୟତ ଉପରେ ପଡିଥାଏ । ମାତ୍ର ଚଳିତ ଥର ଏହା ଭାରତରେ ଦେଖାନଯିବା କାରଣରୁ ଏହାର ପ୍ରଭାବ ପଡିବନାହିଁ । ସୂର୍ଯ୍ୟ ପରାଗ ରାତିରେ ହେବା କାରଣରୁ ଏହାର ସୂତ୍ର ମଧ୍ୟ ରହିବ ନାହିଁ । ଫଳରେ କାହାକୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବନାହିଁ । ଯଦି ଏହି ପରାଗ ଦେଖାଦିଏ ତେବେ ଗର୍ଭବତୀ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିଥାନ୍ତା । ମାତ୍ର ଚଳିତଥର ଏହାର ପ୍ରଭାବ ପଡିବ ନାହିଁ ।

୧୪ ଡିସେମ୍ବର ୨୦୨୦ରେ ହେବାକୁ ଥିବା ପରାଗ ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକୀୟ ଦେଶ ଏବଂ ପ୍ରଶାନ୍ତ ମହାସାଗରର କିଛି ଅଞ୍ଚଳରେ ଦେଖିବାକୁ ମିଳିବ ।

୨୦୨୧ରେ ଦୁଇଟି ସୂର୍ଯ୍ୟ ପରାଗ ପଡିବ । ପ୍ରଥମଟି ୧୦ ଜୁନ୍ ରେ ଏବଂ ଦ୍ବିତୀୟଟି ୧୦ ଡିସେମ୍ବରରେ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ