କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ

ଯେଉଁମାନଙ୍କ ହାତରେ ଏହି ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି

ଭୁବନେଶ୍ୱର ୦୮/୧୨ : ଶାସ୍ତ୍ରରେ ହସ୍ତରେଖା ସମ୍ବନ୍ଧରେ ଅନେକ ତଥ୍ୟ ରହିଛି। ହସ୍ତରେଖା ଆକଳନ କରି ଆମେ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଜାଣିଥାଉ। ବ୍ୟକ୍ତି କେତେ ଭାଗ୍ୟଶାଳୀ ତାହା ହାତର କିଛି ରେଖା ଦ୍ୱାରା ଜାଣି ହୋଇଥାଏ। ଆସନ୍ତୁ ଜାଣିବା ସେହି ରେଖା ସମ୍ପର୍କରେ ଯାହା ବ୍ୟକ୍ତିଙ୍କ ଭାଗ୍ୟ ସମ୍ବନ୍ଧରେ ଦର୍ଶାଇଥାଏ।

ଯେଉଁମାନଙ୍କ ଭାଗ୍ୟ ରେଖା ଚନ୍ଦ୍ରପର୍ବତରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଜୀବନରେ ସଫଳତା ହାସଲ କରନ୍ତି ଏବଂ ସବୁ କାର୍ଯ୍ୟରେ ସଫଳ ହୁଅନ୍ତି। ଏମାନେ ଜୀବନରେ ମାନସମ୍ମାନ ମଧ୍ୟ ପ୍ରାପ୍ତ କରିଥାନ୍ତି। ଯେଉଁମାନଙ୍କ ହାତ ରେଖା ଏମ M ଆକୃତିର ସେମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଏମାନେ ବହୁତ ଆତ୍ମବିଶ୍ଵାସୀ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ନେତୃତ୍ୱ କ୍ଷମତା ଥାଏ। ସେଥିପାଇଁ ଏମାନେ ଜୀବନରେ ବହୁତ ଆଗକୁ ଯାଆନ୍ତି ଏବଂ ସଫଳତା ହାସଲ କରନ୍ତି। ଏମାନେ ଜୀବନର ସବୁ ବାଧାବିଘ୍ନ ପାର କରିଦିଅନ୍ତି।

ବହୁତ କମ ଲୋକଙ୍କ ହାତରେ ଏକ୍ସ X ଚିହ୍ନ ଥାଏ। ଏହି ଚିହ୍ନ ମସ୍ତିସ୍କ ରେଖା ଓ ହୃଦୟ ରେଖା ମଝିରେ ଥାଏ। ଯେଉଁମାନଙ୍କ ହାତରେ ଏହି ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ରିସର୍ଚ୍ଚ ଅନୁଯାୟୀ, ହାତରେ ଏକ୍ସ ଚିହ୍ନ ଥିଲେ ବ୍ୟକ୍ତିଙ୍କୁ ସଫଳତା ସହ ପ୍ରସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ। ଏହି ବ୍ୟକ୍ତି ଆର୍ଥିକ ମାମଲାରେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି।

ଦୁଇ ହାତକୁ ମିଶାଇଲେ ଯଦି ଅର୍ଦ୍ଧଚନ୍ଦ୍ର ଆକାର ହେଉଥାଏ ତାହେଲେ ସେମାନେ ଆକର୍ଷଣୀୟ ହୋଇଥାନ୍ତି। ଯଦି ଜଣେ ବ୍ୟକ୍ତିଙ୍କ ହାତରେ ଗୁରୁ ପର୍ବତରୁ ଶନି ପର୍ବତର ଶେଷ ଯାଏଁ ସିଧା ଥାଏ ଏବଂ କୌଣସି ଜାଗାରେ କଟି ନ ଥାଏ ଏବଂ ଅର୍ଦ୍ଧଚନ୍ଦ୍ର ନିର୍ମାଣ କରେ ତାହେଲେ ଏମାନେ ବହୁତ ଆକର୍ଷଣୀୟ ହେବାସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏହିଭଳି ବ୍ୟକ୍ତି ନିଜ ବୁଦ୍ଧି ବଳରେ ଜୀବନରେ ସଫଳତା ହାସଲ କରିଥାନ୍ତି।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ