କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଭଗବାନ ଶିବଙ୍କ ପୂଜାରେ ବ୍ୟବହାର ହେଉଥିବା ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର, ଅର୍ଶ ଓ ଅନ୍ୟ ରୋଗରୁ ମିଳିଥାଏ ମୁକ୍ତି

ଭୁବନେଶ୍ୱର ୦୭/୧୨ : ଭଗବାନ ଶିବଙ୍କ ପୂଜାରେ କଞ୍ଚା କ୍ଷୀର ଓ ଫୁଲ ସହ ବେଳ ପତ୍ର ଅର୍ପଣ କରାଯାଇଥାଏ। ବେଲପତ୍ର ଶିବଙ୍କ ଅତି ପ୍ରିୟ। ବେଲପତ୍ର କେବଳ ଶିବଙ୍କ ପୂଜାରେ ଲାଗେନି ବରଂ ଏହାର ଅନେକ ଉପକାରିତା ମଧ୍ୟ ରହିଛି। ସ୍ୱାସ୍ଥ୍ୟ ପାଇଁ ବେଲପତ୍ର ବହୁତ ଲାଭଦାୟକ ହୋଇଥାଏ। ବେଲପତ୍ର ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ବେଲପତ୍ର କିପରି ବ୍ୟବହାର କରିବେ ଜାଣନ୍ତୁ:

୧. ଜ୍ୱର ହେଉଥିଲେ ବେଲପତ୍ରରେ କାଢ଼ା ତିଆରି କରି ସେବନ କଲେ ଆଶ୍ବସ୍ତି ମିଳିଥାଏ ବୋଲି କୁହାଯାଏ। ତାଛଡା ମହୁମାଛି କିମ୍ବା ବିରୁଡି କାମୁଡ଼ିଲେ ଜ୍ବଳନ ହେଉଥିବା ଜାଗାରେ ବେଲପତ୍ର ରସ ଲଗାଇଲେ ଆଶ୍ବସ୍ତି ମିଳିଥାଏ।

୨. ହୃଦୟ ରୋଗୀଙ୍କ ପାଇଁ ବେଲପତ୍ର ବହୁତ ଲାଭଦାୟକ। ବେଲପତ୍ର କାଢ଼ା ସେବନ କଲେ ହୃଦୟ ସୁସ୍ଥ ରହେ ଏବଂ ହୃଦଘାତ ହେବାର ସମ୍ଭାବନା କମ ଥାଏ। ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ମଧ୍ୟ ବେଲପତ୍ର ଅମୃତ ସହ ସମାନ। ବେଲପତ୍ର ରସ ସେବନ କଲେ ଶ୍ୱାସ ରୋଗୀଙ୍କୁ ଅନେକ ଲାଭ ମିଳିଥାଏ।


୩. ପେଟ ଗରମ ହୋଇଗଲେ ପାଟିରେ ଅଲସର ହୋଇଯାଏ ବା ଛାଲା ପଡ଼ିଯାଏ। ଏହିଭଳି ସ୍ଥିତିରେ ବେଲପତ୍ର ଚୋବେଇ ଖାଇଲେ ଛାଲା ଭଲ ହୋଇଯାଇଥାଏ।

୪. ପାଇଲ୍ସ ବା ଅର୍ଶ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା ବହୁତ କଷ୍ଟ ଦେଇଥାଏ। ଏହି କଷ୍ଟରୁ ମୁକ୍ତି ପାଇବାକୁ ହେଲେ ବେଲ ଗଛର ଚେରକୁ ଗୁଣ୍ଡ କରି ସେହି ଗୁଣ୍ଡରେ ସମାନ ମାତ୍ରାରେ ମିଶ୍ରି ମିଶାଇ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହି ଚୁର୍ଣ୍ଣକୁ ସକାଳେ ଓ ସନ୍ଧ୍ୟାରେ ପାଣିରେ ମିଶାଇ ସେବନ କରନ୍ତୁ। ଅଧିକ କଷ୍ଟ ହେଉଥିଲେ ଦିନକୁ ୩ଥର ସେବନ କରନ୍ତୁ। ଅର୍ଶରୁ ଆଶ୍ବସ୍ତି ମିଳିଥାଏ।

୫. ଥଣ୍ଡା, କାଶ ଓ ଜ୍ୱର ହେଲେ ବେଲପତ୍ର ରସରେ ମହୁ ମିଶାଇ ସେବନ କଲେ ଲାଭ ମିଳିଥାଏ। ଜ୍ୱର ଅଧିକ ହେଉଥିଲେ ଏହାର ପେଷ୍ଟ କରି ଛୋଟ ଛୋଟ ଗୁଳା ତିଆରି କରି ଗୁଡ ସହ ସେବନ କରନ୍ତୁ।

୬. ପେଟ କିମ୍ବା ଅନ୍ତନଳୀରେ କୃମି ହେଲେ କିମ୍ବା ଛୋଟ ଶିଶୁଙ୍କୁ ଝାଡା ହେଉଥିଲେ ବେଲପତ୍ର ରସ ସେବନ କଲେ ଆରାମ ମିଳିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ