କଳା ଓ ସଂସ୍କୃତି ଧର୍ମ

ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ପ୍ରାପ୍ତ ହୁଏ ଶକ୍ତି ଓ ସଫଳତା: ରବିବାର ଦିନ ବିଧି ଅନୁଯାୟୀ କରନ୍ତୁ ପୂଜା

ଭୁବନେଶ୍ୱର ୦୬/୧୨ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ପୌରାଣିକ କଥା ଅନୁସାରେ ସୂର୍ଯ୍ୟଦେବ ପ୍ରତ୍ୟେକ୍ଷ ରୂପରେ ଦର୍ଶନ ଦେଇଥାନ୍ତି। ପୌରାଣିକ ବେଦରେ ସୂର୍ଯ୍ୟଙ୍କୁ ବିଶ୍ୱର ଆତ୍ମା ଏବଂ ଈଶ୍ୱରଙ୍କ ନେତ୍ର ଭାବେ ଉଲ୍ଲେଖ କରାଯାଇଛି। ସୂର୍ଯ୍ୟଦେବଙ୍କ ପୂଜା କଲେ ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ସେଥିପାଇଁ ଉଦୟମାନ ସୂର୍ଯ୍ୟଙ୍କ ଦର୍ଶନ ଶୁଭ ବୋଲି କୁହାଯାଏ। ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଶୁଭ ବୋଲି କୁହାଯାଏ। ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ ପାଳନ କଲେ ସବୁ ଇଚ୍ଛା ପୂରଣ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ରାମାୟଣରେ ମଧ୍ୟ ଏ ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭଗବାନ ଶ୍ରୀରାମ ଲଙ୍କା ଯିବାକୁ ରାମସେତୁ ନିର୍ମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ ସୂର୍ଯ୍ୟଦେବଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସୂର୍ଯ୍ୟଙ୍କୁ ଶକ୍ତିର ସ୍ରୋତ ବୋଲି କୁହାଯାଏ।

ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଅତି ଶୀଘ୍ର ଶୁଭଫଳ ପ୍ରାପ୍ତ ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାକୁ ପ୍ରାତଃ କାଳରେ ବିଛଣା ତ୍ୟାଗ କରି, ସ୍ନାନ ଆଦି ସାରି ଉଦୟମାନ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ‘ଓଁ ସୂର୍ଯ୍ୟାୟ ନମଃ’ କିମ୍ବା ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ମନ୍ତ୍ର କହି ଜଳ ଅର୍ପଣ କରନ୍ତୁ।

ସୂର୍ଯ୍ୟଙ୍କୁ ଅର୍ପଣ କରୁଥିବା ଜଳରେ ଲାଲ ସିନ୍ଦୁର, ଲାଲ ଫୁଲ ମିସଉ ଅର୍ଘ୍ୟ ପ୍ରଦାନ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପରେ ଲାଲ ଆସନରେ ବସି ପୂର୍ବ ଦିଗ ଆଡକୁ ମୁହଁ କରି ୧୦୮ ଥର ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ମନେମନେ ସଦବୁଦ୍ଧି କାମନା କରନ୍ତୁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ