କଳା ଓ ସଂସ୍କୃତି ଧର୍ମ

ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବାକୁ ଶନିବାର ଦିନ ଜପ କରନ୍ତୁ ଏହି ମନ୍ତ୍ର

ଭୁବନେଶ୍ୱର ୦୬୫/୧୨ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଏକ ବିଶେଷତ୍ୱ ରହିଛି। ଶନିବାର ଦିନ ଶନିଦେବଙ୍କୁ ପୂଜା କରିବାର ବିଧାନ ରହିଛି। ଶନିଦେବଙ୍କ ପୂଜା କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କ କୁଣ୍ଡଳୀରେ ସାଢ଼େସାତୀ ଚାଲିଥାଏ ସେମାନେ ଶନିଦେବଙ୍କୁ ପୂଜା କରିବା ଉଚିତ। ଏହା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ। ଶନିଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ୭ ଶନିବାର ଯାଏଁ ଶନିଦେବଙ୍କ ପୂଜା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଦୁଃଖ ଦୂର ହୋଇଥାଏ। ଶନିଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ନିହାତି ଆବଶ୍ୟକ। ନଚେତ ମନୁଷ୍ୟ ଜୀବନରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଅନେକ ପ୍ରକାର ଦୋଷ ଲାଗିଥାଏ। ଶନିଦେବଙ୍କ ପୂଜା ସମୟରେ କିଛି ବିଶେଷ ମନ୍ତ୍ର ପାଠ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ମନ୍ତ୍ର ହେଲା:

ଓଁ ଶନ୍ନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶନ୍ୟୋରଭିସ୍ତବନ୍ତୁ ନଃ

ଓଁ ପ୍ରାଂ ପ୍ରିଂ ପ୍ରୋଂ ଶଃ ଶନିଶ୍ଚରାୟ ନମଃ

ଓଁ ଏଂ ହ୍ଲିଂ ଶ୍ରୀଶନିଶ୍ଚରାୟ ନମଃ

କୋଣସ୍ଥ ପିଙ୍ଗଲୋ ବଭ୍ରୁ , କୃଷ୍ଣୋ ରୋୖଦ୍ରୋନ୍ତକୋ ୟମଃ , ସୌରିଃ ଶନିଶ୍ଚରୋ ମଦଂ ପିପ୍ପଲାଦେନ ସଂସ୍ତୁତଃ

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ