କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ପ୍ରସଙ୍ଗ: ସିଂହଦ୍ବାର ଥାନାରେ ଏତଲା ଦେଲେ ପୁରୀ ପ୍ରଶାସନ

ଭୁବନେଶ୍ବର୪/୧୨: ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ କରିବା ପଡିଲା ମହଙ୍ଗା। ସିଂହଦ୍ବାର ଥାନାରେ ଆମାନଜ ବିରୋଧରେ ଏତଲା ଦିଆଯାଇଛି।ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି।କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି ସେ ନେଇ ଏତଲାରେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା 30(ଏ), ଆଇପିସି 109 ଏବଂ 295 ରେ ମାମଲା ରୁଜୁ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇ-କର୍ମସ ୱେବସାଇଟ୍‌ରେ ଆମାଜନର ନିର୍ମାଲ୍ୟ ବିକ୍ରିକୁ କେନ୍ଦ୍ର କରି ବିବାଦ ତେଜିବାରେ ଲାଗିଛି। ଆମାଜନ୍‌ ବିରୋଧରେ ପୁଲିସ ମାମଲା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପାରିସ କରିଛନ୍ତି। ଏହି ସୁପାରିସ ଆଧାରରେ ଶ୍ରୀମନ୍ଦିର ନୀତି ବିଭାଗ ଥାନାରେ ଏତାଲା ଦେବାକୁ ପ୍ରସ୍ତୁତି ଚଳାଇଛ। ଗୁରୁବାର ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ବିରୋଧରେ କୌଣସି ଏତଲା ଦାଖଲ ହୋଇ ନଥିଲା । ଆଜି ଏହି ଏତଲା ଦାଖଲ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାଖଲ ହୋଇ ନଥିବା ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଆମାଜନ୍‌ ବିରୋଧରେ ଅଭିଯୋଗ ପତ୍ର ପ୍ରଶାସନ ପ୍ରସ୍ତୁତ କରିଛି । ଏହି ସଂସ୍ଥା ଭକ୍ତଙ୍କ ଧର୍ମଭାବନାକୁ ଆଘାତ ଦେଇ ଅନଧିକାର ନିର୍ମାଲ୍ୟ ପ୍ରସାଦକୁ ଅନ୍‌ଲାଇନରେ ବିକ୍ରି କରିବାକୁ ବିଜ୍ଞାପନ ଦେବା ଘଟଣା ଆଇନ ବିରୋଧୀ । ଆଜି କମ୍ପାନୀ ବିରୋଧରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନଥାଇ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦକୁ ଅନଧିକାର ବିକ୍ରି କରୁଥିବା ଆମାଜନ ବିରୋଧରେ ଦୌରାବିଧି ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଦାବି କରିବ ବୋଲି ଖବର ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,