କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ହାଡ ମଜବୁତ ରଖିଥାଏ ସମୁଦ୍ର ଲୁଣ, ଆହାରରେ ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ଚୁଟକୀ, ନିଜେ ଦେଖନ୍ତୁ ପ୍ରଭାବ

ଭୁବନେଶ୍ୱର ୨୮/୧୧ : ଲୁଣର ସବୁଠାରୁ ଶୁଦ୍ଧ ରୂପ ହେଲା ସମୁଦ୍ର ଲୁଣ। ଏହା ପ୍ରାକୃତିକ ରୂପରେ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ। ଟେବୁଲ ସଲ୍ଟର ବିପରୀତ ଏହି ଲୁଣ ଆୟୋଡାଇଜ୍ଡ ନୁହେଁ। ସମୁଦ୍ର ପାଣିକୁ ବାଷ୍ପିକରଣ ଓ ଫିଲ୍ଟର କରି ଏହି ଲୁଣ ପ୍ରସ୍ତୁତ କରାଯାଏ। ସୋଲାର ସଲ୍ଟ ଭାବେ ଜଣାଶୁଣା ଏହି ସମୁଦ୍ର ଲୁଣରେ ଖଣିଜ ପଦାର୍ଥ ଭରପୁର ମାତ୍ରାରେ ରହିଥାଏ। ଖାଇବାରେ ଏହି ଲୁଣ ବ୍ୟବହାର କଲେ ଖାଇବାର ସ୍ୱାଦ ବଢିଥାଏ। ତାସହ ଏହି ଲୁଣ ଅନପ୍ରୋସେସ୍ଡ଼ ହୋଇଥିବାରୁ ଏଥିରେ ସମସ୍ତ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ଓ ଖଣିଜ ପଦାର୍ଥ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଲୁଣ ସୋଡିୟମର ଆବଶ୍ୟକତାକୁ ପୁରା କରିଥାଏ ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ ସାମଗ୍ରୀକୁ ସନ୍ତୁଳିତ କରିଥାଏ, ଶରୀରକୁ ହାଇଡ୍ରେଟ ରଖିବା ଏବଂ ମାଂସପେଶୀଗୁଡିକର କାର୍ଯ୍ୟକୁ ନିୟନ୍ତ୍ରିତ କରିବ ପାଇଁ ଆବଶ୍ୟକ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଯେତେବେଳେ ମହାସାଗରର ଲୁଣି ପାଣିକୁ ଶୁଖାଯାଇ ସମୁଦ୍ର ଲୁଣ ତିଆରି କରାଯାଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ତ୍ୱଚା ଓ କେଶ ପାଇଁ ମଧ୍ୟ ଗୁଣକାରୀ।

୧. ହାଡ ମଜବୁତ କରିଥାଏ – ସମୁଦ୍ର ଲୁଣରେ ଏନ୍ଟି ଗୁଣ ରହିଛି ଯାହା ଗଣ୍ଠି ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ। ଅନେକ ଗବେଷଣାରୁ ଜଣାପଡିଛି ଯେ ଆହାରରେ ସମୁଦ୍ର ଲୁଣ ବ୍ୟବହାର କଲେ କିମ୍ବା ଗାଧୋଇବା ପାଣିରେ ଏହି ଲୁଣ ପକାଇ ଗାଧେଇଲେ ଗଣ୍ଠି ଯନ୍ତ୍ରଣା ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍ ପାଇଁ ହେଉଥିବା ଯନ୍ତ୍ରଣା ଓ ସୁଜନ କମ ହୋଇଥାଏ।


୨. ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ – ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିରୋଧକ ଶକ୍ତି ଯେକୌଣସି ପ୍ରକାର ସଂକ୍ରମଣ ସହ ଲଢ଼ିବାରେ ଶକ୍ତି ଯୋଗାଇଥାଏ। ସମୁଦ୍ର ଲୁଣର କ୍ଷାର ଗୁଣ ବ୍ୟାକ୍ଟେରିଆ ଓ ଭାଇରାଲ ସଂକ୍ରମଣ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ। ଏହା ସହ ଜିଙ୍କ, ଆୟରନ, ଫସଫରସ, ମାଙ୍ଗାନିଜ, ମ୍ୟାଗନେସିୟମ, ପୋଟାସିୟମ ଓ ଆୟୋଡିନ ଭଳି ଆବଶ୍ୟକ ଖଣିଜ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ସମୁଦ୍ର ଲୁଣରେ ଥିବା ଉଚିତ ମାତ୍ରାର ଖଣିଜ ପଦାର୍ଥ ଆଲର୍ଜି, ଜ୍ୱର, ଥଣ୍ଡା, କାଶ ଆଦି ପାଇଁ ଲାଭଦାୟକ।

୩. ହୃଦୟକୁ ସୁସ୍ଥ ରଖିଥାଏ – ସମୁଦ୍ର ଲୁଣ ସୋଡିୟମ ଓ ପୋଟାସିୟମର ସ୍ରୋତ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସାଧା ଲୁଣ ରକ୍ତଚାପ ବୃଦ୍ଧି କରିଥାଏ କିନ୍ତୁ ସମୁଦ୍ର ଲୁଣ ରକ୍ତଚାପ ବୃଦ୍ଧି କରିନଥାଏ। ଅନେକ ରିସର୍ଚ୍ଚରେ କୁହାଯାଇଛି ଯେ ନିୟମିତ ଖାଇବାରେ ସାଧା ଲୁଣ ବଦଳରେ ଏକ ଚୁଟକୀ ସମୁଦ୍ର ଲୁଣ ବ୍ୟବହାର କଲେ ଉଚ୍ଚ ରକ୍ତଚାପ କମ କରିଥାଏ। ସେଥିପାଇଁ ଏହା ହୃଦଘାତ ଆଶଙ୍କାକୁ କମ କରିଥାଏ।

୪. ପାଚନ ଶକ୍ତି ବୃଦ୍ଧି କରିଥାଏ – ପାଚନ ଶକ୍ତି ବୃଦ୍ଧି କରିବାରେ ସମୁଦ୍ର ଲୁଣର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଡ୍ରୋକ୍ଲୋରିକ୍ ​​ଏସିଡର ଅଭାବରୁ ପେଟ ଫୁଲେଇବା, ପେଟରେ ଜ୍ବଳନ, ସୁଜନ, ପାଚନ ପ୍ରଣାଳୀରେ ସମସ୍ୟା ଆଦି ଦେଖାଦେଇଥାଏ। ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ଉତ୍ପାଦନ ପାଇଁ ସମୁଦ୍ର ଲୁଣ ପେଟକୁ ଉତ୍ତେଜିତ କରିଥାଏ ଯାହାଫଳରେ ପାଚନ ପ୍ରଣାଳୀରେ ସୁଧାର ହୋଇଥାଏ।


୫. ତ୍ୱଚା ଓ କେଶ ପାଇଁ ଲାଭଦାୟକ – ସମୁଦ୍ର ଲୁଣ ସାହାଯ୍ୟରେ ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରଖାଯାଇପାରିବ। ଏହା ଶରୀରର ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଯାହାଦ୍ୱାରା ତ୍ୱଚା ନରମ ଓ ସୁସ୍ଥ ରହିଥାଏ। ତ୍ୱଚା ଛଡା ଏହା କେଶକୁ ମଧ୍ୟ ସୁନ୍ଦର କରିଥାଏ। ସମୁଦ୍ର ଲୁଣ ଉପିରୁ ମଧ୍ୟ ମୁକ୍ତି ଦେଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ