କଳା ଓ ସଂସ୍କୃତି ଦେଶ ବିଦେଶ

୩୦ ନଭେମ୍ବର ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଦେଖାଯିବନି ଭାରତରେ

ଭୋପାଲ ୨୯। ୧୧: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ। ତେବେ ଏହା ପ୍ରତିଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଭାରତରେ ପାଳନୀୟ ନୁହେଁ। ଏହା ଛଡା ଗ୍ରହଣ ଦିନବେଳା ଲାଗୁଥିବାରୁ ଭାରତରେ ଦୃଶ୍ୟମାନ ମଧ୍ୟ ହେବନି ବୋଲି ଉଜ୍ଜୈନ ସରକାରୀ ଅବଜରଭେଟରୀର ଅଧିକ୍ଷକ ଡା. ରାମପ୍ରକାଶ ଗୁପ୍ତା କହିଛନ୍ତି।


ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଯାହା ମଧ୍ୟାହ୍ନ ୧୨ଟା ୫୯ ମିନିଟ ୯ ସେକେଣ୍ଡରେ ଆରମ୍ଭ ହେବ। ଏହାର ମଧ୍ୟକାଳ ଅପରାହ୍ନ ୩ଟା ୧୨ ମିନିଟ୍ ୯ ସେକେଣ୍ଡରେ ହେଉଥିବା ବେଳେ ସନ୍ଧ୍ୟା ୫ଟାବାଜି ୨୫ ମିନିଟ୍ ୯ ସେକେଣ୍ଡରେ ଗ୍ରହଣ ସମାପ୍ତ ହେବ। ତେବେ ଚନ୍ଦ୍ରଗ୍ରହଣ ଦିନବେଳା ଲାଗୁଥିବାରୁ ଏହା ଭାରତରେ ଦୃଶ୍ୟମାନ ହେଉ ନାହିଁ। ଏଣୁ ଦେଶରେ ଗ୍ରହଣ ପାଳନୀୟ ନୁହେଁ।

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିୟା, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,