କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମହାମାରୀ ସମୟରେ ଫିଟ୍ ରହିବାକୁ ଯୁବକ-ଯୁବତୀ ଏବଂ ପିଲାମାନେ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ-WHO

ନୂଆଦିଲ୍ଲୀ ୨୬/୧୧ : କରୋନା ମହାମାରୀ ସମୟ​‌ରେ ସ୍ବାସ୍ଥ୍ୟର ଯତ୍ନ ନିତାନ୍ତ ଆବଶ୍ୟକ । ଏଥିପାଇଁ ଡାକ୍ତର ଅନେକ ପରାମର୍ଶ ଦେଉଛନ୍ତି । ଘରେ ରହି ବିଭିନ୍ନ ପ୍ରକାର ବ୍ୟାୟାମ କରିବା ସହିତ ସ୍ବାସ୍ଥ୍ୟପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର । ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । WHO କହିଛି ଯେ, ଖାସ କରି ଯୁବକ-ଯୁବତୀମାନେ ସପ୍ତାହକୁ ଅତିକମରେ ୧୫୦ ମିନିଟ୍ ଶାରୀରିକ କାର୍ଯ୍ୟକଳାପ କରିବା ଆବଶ୍ୟକ । ଏହା ପରାମର୍ଶ ଦେଇଛି ଯେ ଶିଶୁ ଏବଂ କିଶୋରମାନେ ଦୈନିକ ହାରାହାରି ଏକ ଘଣ୍ଟା ଶାରୀରିକ ବ୍ୟାୟାମ କରନ୍ତୁ ଏବଂ ଇଲେକ୍ଟ୍ରୋନିକ୍ ସ୍କ୍ରିନ୍ ଗେଜେଟ୍ ଠାରୁ ଦୂରେଇ ରୁହନ୍ତୁ ।

ସମସ୍ତ ବୟସର ବ୍ୟକ୍ତିମାନେ ରୋଗରୁ ଦୂରେଇ ରହିବା ଏବଂ ସେମାନଙ୍କ ଜୀବନକାଳ ବଢାଇବା ପାଇଁ ଶାରୀରିକ କସରତ କରିବା ନିହାତି ଆବଶ୍ୟକ । ଏଥିପାଇଁ WHO “ଏଭ୍ରି ମୁଭ୍ କାଉଣ୍ଟସ” ନାମରେ ଏକ ଅଭିଯାନ ଆରମ୍ଭ କରିଛି | ଶାରୀରିକ କସରତ କରିବା ଦ୍ବାରା କେବଳ ହୃଦ୍ ରୋଗ, ଟାଇପ୍-୨ ମଧୁମେହ ଏବଂ କର୍କଟ ରୋଗକୁ ରୋକିବାରେ ତଥା ପରିଚାଳନାରେ ସାହାଯ୍ୟ କରେ ତାହା ନୁହେଁ ବରଂ ଏହା ଉଦାସୀନତା ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରିଥାଏ ବୋଲି WHO ନିର୍ଦ୍ଦେଶକ ରୁଏଡିଗର୍ କ୍ରେଚ୍ କହିଛନ୍ତି ।

WHO ର ଫିଜିକାଲ ଏକ୍ସରସାଇଜ୍ ୟୁନିଟର ମୁଖ୍ୟ ଫିଓନା ବୁଲ କହିଛନ୍ତି ଯେ ପ୍ରତ୍ୟେକ ଦିନ ସକ୍ରିୟ ରହିବା କେବଳ ଆମ ଶରୀର ନୁହେଁ ଆମର ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ । ଯେଉଁମାନେ ଦୀର୍ଘ ଘଣ୍ଟା ବସିକି କାର୍ଯ୍ୟ କରନ୍ତି, କିମ୍ବା ଅଫିସରେ କାମ କରନ୍ତି ସେମାନେ ଶାରୀରିକ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଗର୍ଭବତୀ ମହିଳା ଏବଂ ପ୍ରସବ ପରବର୍ତ୍ତୀ ମା ମାନେ ସପ୍ତାହକୁ ଅତିକମରେ ୧୫୦ ରୁ ୩୦୦ ମିନିଟ ଶରୀରିକ ବ୍ୟାୟମ କରିବା ଲାଭଦାୟକ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ