କଳା ଓ ସଂସ୍କୃତି ସ୍ୱାସ୍ଥ୍ୟ

ପ୍ରୋଟିନର ଅଭାବକୁ ପୂରଣ କରିଥାଏ ଏହି ୭ଟି ପରିବା : ଶରୀରର ଅତ୍ୟଧିକ ଚର୍ବିକୁ କରିଥାଏ ଦୂର

ନିରାମିଷ ଖାଦ୍ୟରେ ଆମିଷ ଭଳି ପ୍ରୋଟିନ ନଥାଏ ଏଥିପାଇଁ ଆପଣଙ୍କୁ ଆମିଷ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍। କିନ୍ତୁ ଯଦି ତଥାପି ଆପଣଙ୍କୁ ଆମିଷ ଖାଇବା ପସନ୍ଦ ନୁହେଁ ତେବେ ଜାଣି ରଖନ୍ତୁ ଯେ ନିରାମିଷ ଖାଦ୍ୟରେ ମଧ୍ୟ କେତେକ ଜିନିଷରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଥାଏ। ଆସନ୍ତୁ ଜାଣିବା ପ୍ରୋଟିନ୍ ଥିବା ନିରାମିଷ ଖାଦ୍ୟ

୧.ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁ : ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମଧ୍ୟମ ଆକାରରେ କଟାଯାଇଥିବା ଏବଂ ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁରେ ପ୍ରୋଟିନ୍,ପୋଟାସିୟମ୍,ଭିଟାମିନ୍ ସି ଏବଂ ଫାଇବରର ଭରପୂର ମାତ୍ରା ଥାଏ।


୨. ବ୍ରୋକୋଲି : ଯଦି ଆପଣ ବ୍ରୋକୋଲି ଖାଆନ୍ତି ନାହିଁ ତେବେ ଆପଣଙ୍କୁ ଏବେଠୁ ବ୍ରୋକୋଲି ଖାଇବା ଆରମ୍ଭ କରିବା ଉଚିତ୍। ଆପଣଙ୍କୁ ବ୍ରୋକୋଲିରେ ପ୍ରୋଟିନର ମାତ୍ରା ଏବଂ ଆଇରନ୍ ମିଳିବ।


୩. ଫୁଲକୋବି : ଅଧିକାଂଶ ଲୋକଙ୍କୁ ଫୁଲକୋବି ପସନ୍ଦ ହୋଇଥାଏ। ଏଥିରେ ପ୍ରୋଟିନ୍,ପୋଟାସିୟମ,କ୍ୟାଲୋରୀ,ମ୍ୟାଗ୍ନେସିୟମ୍,ଫାଇବର ଏବଂ ଆଇରନର ଗୁଣ ରହିଥାଏ।


୪. ଛତୁ : ଆପଣ ଯଦି ବାରମ୍ବାର ରୋଗରେ ପଡ଼ୁଛନ୍ତି,ତେବେ ଆପଣଙ୍କୁ ଛତୁ ଖାଇବା ଉଚିତ୍। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ।

୫.ପାଳଙ୍ଗ : ପାଳଙ୍ଗରେ ପ୍ରୋଟିନ୍ ବ୍ୟତୀତ ଆଇରନ୍ ,ଫାଇବର ଏବଂ ଭିଟାମିନ୍ ବି ଥାଏ।


୬.ମକା : ଶୀତଦିନେ ମକା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ୍ ଏବଂ ଫାଇବର ପ୍ରଚୁର ମାତ୍ରା​ରେ ଥାଏ।


୭. ମଟର : ଆଳୁ ,ପନିର,ମଟର କାହାକୁ ଭଲ ନ ଲାଗିଥାଏ। ମଟର ପ୍ରୋଟିନର ଏକ ଭଲ ସ୍ରୋତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,