କଳା ଓ ସଂସ୍କୃତି ଧର୍ମ

ଆର୍ଥିକ ସମସ୍ୟା ଦୂର କରିପାରେ ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ର: ଗୁରୁବାର ଦିନ ଏହି ଉପାୟରେ କରନ୍ତୁ ପୂଜା

ଭୁବନେଶ୍ୱର ୨୬/୧୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଗୁରୁତ୍ତ୍ଵ ରହିଛି। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସଚ୍ଚୋଟ ମନରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ। ବିଷ୍ଣୁ ଜଗତର ପାଳନକର୍ତ୍ତା। ପୌରାଣିକ ବିଶ୍ୱାସ ଅନୁଯାୟୀ, ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଯେଉଁ ଯୁବତୀମାନଙ୍କ ବିବାହରେ ସମସ୍ୟା ହେଉଥାଏ ସେମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ। ବିଷ୍ଣୁଙ୍କ ବ୍ରତ ପାଳନ କଲେ ବିବାହ ସମସ୍ୟା ଦୂର ହୋଇଥାଏ।


ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ସର୍ବ ପ୍ରଥମେ ପୂଜା ଥାଳିରେ ହଳଦିଆ ଫୁଲ, ଗୁଡ, ଚଣା ଡାଲି, କଦଳୀ ରଖନ୍ତୁ। ଘର ଆଖପାଖରେ କଦଳୀ ଗଛ ଥିଲେ ସକାଳୁ ଉଠି ସ୍ନାନ କରି କଦଳୀ ଗଛ ସାମ୍ନାରେ ବସି ଭଗବାନ ବିଷ୍ଣୁଙ୍କ କଥା ପଢନ୍ତୁ। ଏହାପରେ ଗୁଡ, ଚଣା ଡାଲି ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ବାଣ୍ଟନ୍ତୁ। କଦଳୀ ଗଛ ନଥିଲେ ଆପଣ ଘରେ ବସି ଭଗବାନ ବିଷ୍ଣୁଙ୍କ ପୂଜା କରିପାରିବେ ଓ କଥା ପଢି ପାରିବେ। କଥା ପଢିବା ପରେ ଆଳତି କରିବେ ଓ ପ୍ରସାଦ ଅର୍ପଣ କରିବେ।

ଗୁରୁବାର ଦିନ ଏହି ମନ୍ତ୍ର ଜପ କରନ୍ତୁ :

ଓଁ ଅସ୍ୟ ବୃହଷ୍ପତି ନମଃ: (ଶିରସୀ)

ଓଁ ଅନୁଷ୍ଟୁପ ଛନ୍ଦସେ ନମଃ: (ମୁଖେ)

ଓଁ ସୁରାଚାର୍ୟୋ ଦେବତାୟେ ନମଃ: (ହୃଦି)

ଓଁ ବ୍ରଂ ବିଜାୟ ନମଃ: (ଗୃହୟେ)

ଓଁ ଶକ୍ତୟେ ନମଃ: (ପାଦୟୋ)

ଓଁ ବିନିୟୋଗାୟା ନମଃ: (ସର୍ବାର୍ଗେ)

କରନ୍ୟାସ ମନ୍ତ୍ର

ଓଁ ବୃାଂ-ଅଙ୍ଗୁଷ୍ଠାଭ୍ୟାଂ ନମଃ:

ଓଁ ବୃିଂ-ତର୍ଜନୀଭ୍ୟାଂ ନମଃ:

ଓଁ ବୃୁଂ-ମଧ୍ୟମାଭ୍ୟାଂ ନମଃ:

ଓଁ ବୃୈଂ-ଅନାମିକାଭ୍ୟାଂ ନମଃ:

ଓଁ ବୃୌଂ-କନିଷ୍ଠକାଭ୍ୟାଂ ନମଃ:

ଓଁ ବୃ-କରତଲ କର ପୃଷ୍ଠାଭ୍ୟାଂ ନମଃ:

କରନ୍ୟାସ ମନ୍ତ୍ର ପରେ

ଓଁ ବୃାଂ-ହୃଦୟାୟ ନମଃ

ଓଁ ବୃିଂ ଶିରସୀ ସ୍ୱାହା

ଓଁ ବୃଂ ଶିଖାୟେୱଷଟ୍

ଓଁ ବୃୈଂ କୱଚାୟ ହୁମ

ଓଁ ବୃୌଂ ନେତ୍ତତ୍ତୟାୟ ବୌଷଟ୍

ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଶୁଭ ବୋଲି କୁହାଯାଏ। ପୌରାଣିକ ବିଶ୍ୱାସ ଅନୁଯାୟୀ, ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ କରନ୍ତି। ଗୁରୁବାର ଦିନ ଭୁଲରେ ବି ନାଲି କିମ୍ବା କଳା ରଙ୍ଗର ବସ୍ତ୍ର ଧାରଣ ନ କରନ୍ତୁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ