ଖେଳ ଦେଶ ବିଦେଶ

ହିଟ୍ ମ୍ୟାନ୍‌ଙ୍କୁ ନେଇ ବିସିସିଆଇରେ ପେଞ୍ଚ ! ଅଷ୍ଟ୍ରେଲିଆରେ ପୁଣି ଥରେ ଫିଟନେସ୍ ଟେଷ୍ଟ ଦେବେ ରୋହିତ ଶର୍ମା

ନୂଆଦିଲ୍ଲୀ ୧୨।୧୨: ଭାରତୀୟ କ୍ରିକେଟ୍ ଦଳର ଓପନର ରୋହିତ ଶର୍ମାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଫିଟ୍ ଘୋଷଣା କରିଛି। କିନ୍ତୁ ଏହା ପରେ ମଧ୍ୟ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆରେ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ। ଶନିବାର ଏହାର ସୂଚନା ଦେଇଛି ଅଷ୍ଟ୍ରେଲିଆ। ବିସିସିଆଇ ଅନୁଯାୟୀ, ଫିଟନେସ୍ ଟେଷ୍ଟ ପରେ ଯାଇ ରୋହିତଙ୍କୁ ଟେଷ୍ଟ ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯିବ। ରୋହିତ ଅଷ୍ଟ୍ରେଲିଆ ଗସ୍ତ କେବେ କରିବେ ତାକୁ ନେଇ ବୋର୍ଡ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ରୋହିତ ଆଗାମୀ ଦିନେ କି ଦୁଇ ଦିନରେ ଅଷ୍ଟ୍ରେଲିଆ ଗସ୍ତ କରି ପାରନ୍ତି।

ଅଷ୍ଟ୍ରେଲିଆ ପହଞ୍ଚିବା ପରେ ପ୍ରୋଟୋକଲ ଅନୁଯାୟୀ ରୋହିତଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଏହି ସମୟରେ ଫିଟନେସ୍‌ ଉପରେ ରୋହିତଙ୍କୁ କଣ କରିବାକୁ ପଡିବ ସେ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ବିସିସିଆଇ କହିଛି। କ୍ଵାରେଣ୍ଟାଇନ୍‌ ଅବଧି ଶେଷ ପରେ ଡାକ୍ତରୀ ଦଳ ତାଙ୍କ ଫିଟନେସ୍ ଟେଷ୍ଟ କରିବେ। ଏହାପରେ ଟେଷ୍ଟ ସିରିଜ୍ ଖେଳିବା ନେଇ ନିଷ୍ପତ୍ତି ନିଆଯିବ। ଆଶା କରାଯାଉଛି, ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ହେବାକୁ ଥିବା ଟେଷ୍ଟ ଖେଳି ପାରନ୍ତି। ଏହି ମ୍ୟାଚ୍‌ ଜାନୁଆରୀ ୭ରେ ଆରମ୍ଭ ହେଉଛି।

ବିସିସିଆଇ ଅନୁଯାୟୀ, ଜଙ୍ଘ ମାଂସପେଶୀରେ ଆଘାତ ଲାଗିବା ପରେ ରୋହିତ ଶର୍ମା ଏନସିଏରେ ପ୍ରଶିକ୍ଷଣ ନେଉଥିଲେ। ତାଙ୍କୁ ଏହି ଆଘାତ ଆଇପିଏଲ ସମୟରେ ଲାଗିଥିଲା। ଏବେ ଏନସିଏର ଡାକ୍ତରୀ ଦଳ ରୋହିତଙ୍କ ଫିଟନେସ୍‌କୁ ନେଇ ସଂପୂର୍ଣ୍ଣ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋହିତଙ୍କୁ ଏନସିଏରେ ବ୍ୟାଟିଂଠୁ ନେଇ ଫିଲ୍ଡିଂ ଓ ରନିଂ ପ୍ରତି ମୋର୍ଚ୍ଚାରେ ପରୀକ୍ଷଣ କରାଯାଇଥିଲା। ଡାକ୍ତରୀ ଦଳ ରୋହିତଙ୍କୁ ଲଗାତାର ଫିଟନେସ୍ ଉପରେ କାମ କରିବାକୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ