କଳା ଓ ସଂସ୍କୃତି ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମାଟି ତଳୁ ଆବିର୍ଭାବ ହେଲା ଶିବ ଲିଙ୍ଗ, ସ୍ବପ୍ନାଦେଶ ପରେ ମାଟି ଖୋଳିଥିଲେ ଗ୍ରାମବାସୀ

ଖଲ୍ଲିକୋଟ ୧୬।୧୧: ପବିତ୍ର କାର୍ତ୍ତିକ ମାସର ସୋମବାରରେ ଖଲ୍ଲିକୋଟ ଅଞ୍ଚଳରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମାଟି ଖୋଳୁ ଖୋଳୁ ହଠାତ୍ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରିତ୍ୟକ୍ତ ଭାବେ ପଡିଥିବା ପଡିଆରୁ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି ।

ସୂଚନା ଅନୁସାରେ କିଛି ଦିନ ତଳେ ସେହି ଗ୍ରାମର ଅନନ୍ତ ପ୍ରଧାନଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କର କଥାକୁ କେହି ବିଶ୍ବାସ କରିନଥିଲେ । ହେଲେ ଆଜି ଉକ୍ତ ସ୍ଥାନରେ ଚନ୍ଦନ ଚନ୍ଦନ ବାସ୍ନା ହେବାରୁ କିଛି ଯୁବକ ସେହି ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ । ଆଉ କିଛି ସମୟ ଖୋଲିବା ପରେ ହଠାତ ଚନ୍ଦନ ପ୍ରଲେପିତ ହୋଇଥିବା ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ ।

ପରେ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଉକ୍ତ ସ୍ଥାନରେ ଏବେ ଭକ୍ତଙ୍କ ସୁଅ ଛୁଟିଛି । ଫଳରେ ସେଠାରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ