କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାରେ ଜନଶୁଣାଣି କରାଯିବ। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର ୪ଟି ମୌଜାର ସର୍ବମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ। ଏହା ମଧ୍ୟରେ ସର୍ଭେ ଓ ମାପଚୁପ କାମ ସରି ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି।

ଆଜି ସମଙ୍ଗ ପଂଚାୟତ କାର୍ଯ୍ୟାଳୟ, ମାର୍କଣ୍ଡେଶ୍ୱର ସାହି ବିଶ୍ୱେଶ୍ୱରୀ ଠାକୁରାଣୀ ମନ୍ଦିର, ମାଟିତୋଟା କୋଠଘର ଓ ଦାଣ୍ଡିମାଳ ମୌଜା ପାଇଁ ଜଗନ୍ନାଥବଲ୍ଲଭ ମଠ ପରିସରରେ ପର୍ଯ୍ୟାୟ କ୍ରମେ ଜନଶୁଣାଣୀ ହେବ। ବିସ୍ଥାପିତ ହେବାକୁ ଥିବା ଲୋକେ ଜନଶୁଣାଣୀରେ ନିଜ ଅଭିଯୋଗ, ପ୍ରସ୍ତାବ ଓ କ୍ଷତିପୂରଣ ସମ୍ପର୍କରେ ମତ ରଖିବେ। ଏହି ପ୍ରକଳ୍ପ ଦ୍ବାରା ଶ୍ରଦ୍ଧାଳୁମାନେ ଆଉ ଗାଡି ଧରି ସହର ଭିତରକୁ ପ୍ରବେଶ କରିବେ ନାହିଁ। ଶ୍ରୀସେତୁ ଦେଇ ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଲଭରେ ପଂହଚିବେ।ପ୍ରକଳ୍ପ ପାଇଁ ରାଜ୍ଯ ସରକାର ଅବଢା ଯୋଜନାରେ ୧୯୦କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇସାରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,