ଅପରାଧ ରାଜ୍ୟ

ଅନଶନରୁ ଉଠିଲା ଜଟଣୀ ନାଗରିକ ମଞ୍ଚ, ପ୍ଲାଏ ଓଭର ବ୍ରିଜ୍‌ କାମ ବିଳମ୍ବ ନେଇ ଚାଲିଥିଲା ଆନ୍ଦୋଳନ

ଜଟଣୀ ୦୫।୧୧ : ଅନଶନରୁ ଉଠିଲା ଜଟଣୀ ନାଗରିକ ମଞ୍ଚ। ଜଟଣୀ ଫ୍ଲାଏ ଓଭର ବ୍ରିଜର କାମ ବିଳମ୍ବ ହେଉଥିବା ଯୋଗୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନାଗରିକ କମିଟି ତରଫରୁ ଦୁଇ ଦିନ ଧରି ଚାଲିଥିବା ଆମରଣ ଶେଷ ହୋଇଛି । ଜ଼ିଲ୍ଲା ପ୍ରଶାସନ ତରଫରୁ ପ୍ରତିଶୃତି ମିଳିଲା ପରେ ଅନଶନକୁ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି l

ଖବର ଅନୁଯାୟୀ, ଆନ୍ଧ୍ରବ୍ୟାଙ୍କ ଛକ ଠାରୁ କୁଦିଆରୀ ବଜ଼ାର ପର୍ଯ୍ୟନ୍ତ ସାତ ବର୍ଷ ଧରି କାମ ଚାଲୁଥଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ବ୍ରିଜ କାମ ସରୁ ନଥିଵା ଯୋଗୁ ସୀତାରାମ ଛକ ଠାରେ ଜଟଣୀ ନାଗରିକ କମିଟି ତରଫରୁ ଦୁଇ ଦିନିଆ ଆମରଣ ଚାଲିଥିଲା। ମାରୱାଡି ୟୁଵାମଞ୍ଚ ଜଟଣୀ ଶାଖା, ଜଟଣୀ ସୁରକ୍ଷା ମଞ୍ଚ ସହ ବହୁ ସଂଗଠନ ସାମିଲ ହୋଇଥିଲେ l ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜଟଣୀ ତହସିଲଦାର ଓ ରେଳବାଇର ବରିଷ୍ଠ ଯନ୍ତ୍ରୀ ପ୍ରତିଶୃତି ଦେବାପରେ ଅନଶନରୁ ହଟିଥିଲେ ଆନ୍ଦୋଳନକାରୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।