ଅପରାଧ ରାଜ୍ୟ

୭ଟି କଣ୍ଟେନର ଜବତ, ୫୦୦ରୁ ଅଧିକ ଗୋରୁ ଉଦ୍ଧାର

ଜଳେଶ୍ୱର ୦୫।୧୧ : ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ, ୫୦୦ରୁ ଅଧିକ ଗୋରୁ ଉଦ୍ଧାର। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ୭ଟି କଣ୍ଟେନର ଜବତ କରିଛି, ସେଥିରୁ ୫୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲ ମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହେଇ ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ପୋଲିସ ରୋକ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପଶ୍ଚିମବଙ୍ଗ ଭିତରକୁ ଗାଡି ଗୁଡିକୁ ପଶିବାକୁ ଦେଇନଥିଲା । ଗାଡି ଗୁଡ଼ିକ ଓଡ଼ିଶା ସୀମା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକି ରହିଥିଲା । ଜଳେଶ୍ୱର ପୋଲିସ ଖବର ପାଇ ଚଢ଼ାଉ କରି ୭ଟି କଣ୍ଟେନର ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।