ଅପରାଧ ରାଜ୍ୟ

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣ, ଯୁବକଙ୍କ ବିରୋଧରେ ଥାନାରେ ମାମଲା

ସାନଖେମୁଣ୍ଡି, ୦୪/୧୧: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ବନ ବିଭାଗର ପାରା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ। ପାରା ଷ୍ଟାଫ କୃଷ୍ଣଚନ୍ଦ୍ର ଜେନା ଏବଂ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଅଚାନକ ଜଣେ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ଯୁବକ ଜଣଙ୍କ ନୂଆପଡା ସେକ୍ସନ ବମକେଇ ବିଟର ଫରେଷ୍ଟ ଗାର୍ଡ ଯମୁନା ଯାନୀଙ୍କ ସ୍ୱାମୀ ବୋଲି ଜଣାପଡିଛି ।

ତେବେ ସେ କାହିଁକି ହଠାତ ରାଗି ଯାଇ ରେଞ୍ଜରଙ୍କ କାର୍ଯ୍ୟାଳୟ ମଧ୍ୟରେ ପଶି ପାରା ଷ୍ଟାଫଙ୍କୁ ମାଡ଼ ମାରିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହି ସମୟର ସିସିଟିଭିରେ କଏଦ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏନେଇ ଦିଗପହଣ୍ଡି ରେଞ୍ଜର କହିଛନ୍ତି ଯେ ଏଭଳି ଘଟଣା ନିନ୍ଦନୀୟ । ଏହି ଘଟଣାକୁ ଆମେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଆହତ ପାରା ଷ୍ଟାଫ କୃଷ୍ଣ ଜେନା ଏନେଇ ଦିଗପହଣ୍ଡି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।