ମୁମ୍ଵାଇ ୦୨।୧୦: ସାଉଥ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ସେ ଏକ ଭୟଙ୍କର ରୋଗ ମାୟୋସିଟିସର ସମ୍ମୁଖୀନ ହେଉଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହେବା ସହ ତାଙ୍କ ଦୃଢ ରହିବାକୁ କହିଛନ୍ତି। ଛାଡପତ୍ର ପରେ ମଧ୍ୟ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର ଏହି କଷ୍ଟ ସମୟରେ ଅଭିନେତ୍ରୀଙ୍କ ସହ ଠିଆ ହୋଇଥିବା ନେଇ ଜଣାପଡିଛି।
ସୂଚନା ଅନୂଯାୟୀ ତାଙ୍କ ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟ ଏବଂ ତାଙ୍କ ପିତା ନାଗାର୍ଜୁନ ସାମନ୍ତଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି । କିନ୍ତୁ ନାଗା ଚୈତନ୍ୟ ସେମାନଙ୍କ ସହ ରହିବେ ନା ନାହିଁ ତାହା କହିବା କଷ୍ଟକର। ରିପୋର୍ଟରେ କୁହାଯାଇଛି ଯେ ସାମନ୍ଥା ରୋଗ ବିଷୟରେ ଜାଣିବା ମାତ୍ରେ ନାଗା ଚୈତନ୍ୟ ଚିନ୍ତିତ ଥିଲେ। ଏଥି ସହିତ ନାଗାର୍ଜୁନ ମଧ୍ୟ ତାଙ୍କ ପୂର୍ବ ବୋହୂଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି। ଖୁବ୍ ଶୀଘ୍ର ତାଙ୍କ ପୂର୍ବତନ ବହୁଙ୍କୁ ଭେଟିବା ପାଇଁ ଏକ ମିଟିଙ୍ଗ୍ ଫିକ୍ସ କରିବେ।
ସାମନ୍ଥା ହୁଏତ ସେହି ପରିବାରଠାରୁ ଅଲଗା ହୋଇଥାଇ ପାରନ୍ତି, କିନ୍ତୁ ସେ ନାଗାର୍ଜୁନଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି। ଏହାପୂର୍ବରୁ ନାଗାଙ୍କ ଭାଇ ଅଖିଲ ଆକ୍କିନେନି ଅଭିନେତ୍ରୀଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଲେଖିଥିଲେ – ‘ପ୍ରିୟ ସାମ୍, ତୁମକୁ ବହୁତ ପ୍ରେମ ଏବଂ ଶକ୍ତି।’ ଏନେଇ ଶୁକ୍ରବାର ଦିନ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ରୋଗ ବିଷୟରେ ସୂଚନା ଦେଇଥିଲେ। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

