ଅପରାଧ ଦେଶ ବିଦେଶ

ହ୍ବିଲ ଚେୟାର ପାଇଁ ପଇସା ମାଗିଲେ ଏୟାରଲାଇନ୍ସ କମ୍ପାନୀ, ଦେଇ ନପାରିବାରୁ ଘୁଷୁଡ଼ି ଘୁଷୁଡ଼ି ଓହ୍ଲାଇଲେ ଦିବ୍ୟାଙ୍ଗ ଯାତ୍ରୀ

ନୂଆଦିଲ୍ଲୀ(୦୨/୧୧): ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ବିଲ ଚେୟାର ଦେଲେନାହିଁ ବିମାନ କର୍ମଚାରୀ। ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇଲେ ଯାତ୍ରୀ। ଏଭଳି ଏକ ଅଭିଯୋଗକୁ ନେଇ ଅଷ୍ଟ୍ରେଲିଆନ ଏୟାରଲାଇନ୍ ଜେଟ୍‌ଷ୍ଟାର ଏୟାରଓ୍ବେଜ୍‌କୁ ଏବେ ତୀବ୍ର ସମାଲୋଚନା ସାମ୍ନା କରିବାକୁ ପଡ଼ିଛି। ପ୍ରକୃତରେ ଏହି ଏୟାରଲାଇନ୍ସ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଇବା ସମୟରେ ହ୍ବିଲଚେୟାର ଦେଇନଥିଲେ ଏବଂ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କହିଥିଲେ।

ନାଟଲି କର୍ଟିସ୍ ନାମକ ଜଣେ ଯାତ୍ରୀ କ୍ବିନ୍ସଲ୍ୟାଣ୍ଡ୍‌ରୁ ଟାଉନ୍ସଭିଲ୍ ବ୍ୟାଙ୍ଗକକ୍ ଯାତ୍ରା କରୁଥିଲେ। ଆଉ ଯେତେବେଳେ ପ୍ଳେନ୍‌ରୁ ଓହ୍ଲାଇବାର ସମୟ ଆସିଥିଲା। ସେତେବେଳେ ନାଟଲି ହ୍ବିଲ ଚେୟାର ପାଇଁ ଅନୁରୋଧ କରିଥିଲା। କିନ୍ତୁ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କୁହାଯାଇଥିଲା। ନାଟଲି ଟଙ୍କା ଦେବାକୁ ମନା କରିଥିଲେ ଫଳରେ ବିମାନ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଶେଷରେ ବାଧ୍ୟ ହୋଇ ନାଟଲିଙ୍କୁ ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇବାକୁ ପଡ଼ିଥିଲା।

ଏହାକୁ ନେଇ ନାଟଲି କହିଛନ୍ତି ଯେ ବିମାନ ଡିପାର୍ଚର ସମୟରେ ହ୍ବିଲ୍ ଚେୟାର ପାଇଁ କହିଥିଲେ କିନ୍ତୁ ଏଥିପାଇଁ ଦେୟ ଦେବାକୁ କୁହାଯାଇଥିଲା। ନାଟଲିଙ୍କ ସହ ଯାତ୍ରା କରୁଥିବା ନତାଶା ଏଲଫୋର୍ଡ ଏହି ଘଟଣାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଏବଂ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେପଟେ କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ସମୟରେ ହ୍ବିଲ ଚେୟାର ଉପଲବ୍ଧ ନଥାଏ। ନାଟଲିଙ୍କ ହ୍ବିଲ ଚେୟାର ମଧ୍ୟ ଲଗେଜ୍ ସହ ରଖାଯାଇଥିଲା ଏବଂ ନାଟଲି ହ୍ବିଲ ଚେୟାର ପାଇଁ ସେମାନଙ୍କୁ ସମୟ ଦେଇନଥିଲେ ଏବଂ ନିଜେ ଘୁଷୁଡ଼ି ଘୁଷୁଡ଼ି ଓହ୍ଲାଇଥିଲେ। ତେବେ ଏହି ଘଟଣାର ଏକ ତଦନ୍ତ କରାଯାଉଛି ବୋଲି କହିଛନ୍ତି କମ୍ପାନୀ ଅଧିକାରୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ