ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳିଲା ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତି: ରାତି ସାଢ଼େ ୨ଟାରୁ ମହାପ୍ରଭୁଙ୍କ ରାଜାଧିରାଜ ବେଶ

ପୁରୀ: ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତିକୁ ନେଇ ବିତର୍କ ମୁଣ୍ଡ ଟେକିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜର ଏହି ତ୍ରୁଟି ସଂଶୋଧନ କରିଛି। ପୂର୍ବରୁ ପାକତ୍ୟାଗ, ଦେବନୀତି ନିଷେଧ ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟା ୨୯ ମିନିଟ୍‌ ବଦଳରେ ସୂ‌େର୍ଯ୍ୟାଦୟ ପରଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ଏଥିରେ ମୋହର ମାରିଛି। ସେହି ଅନୁସାରେ ଭୋର ୫ଟା ୫୦ ପୂର୍ବରୁ ମହାପ୍ରସାଦ ରନ୍ଧା ସାରି ପ୍ରଥମ ଭୋଗମଣ୍ଡପ ‌ନୀତି ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ରାତି ସାଢ଼େ ୨ଟାରୁ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଆରମ୍ଭ ହେବ। କିନ୍ତୁ ରାତିରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। ସୂ‌େର୍ଯ୍ୟାଦୟ ପରଠାରୁ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ। ପଞ୍ଚୁକ ସହ ଚନ୍ଦଗ୍ରହଣରେ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ଓ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିବେ, ସେ ଉପରେ ବି ବୈଠକରେ ଗୁରୁତ୍ବାରୋପ କରାଯାଇଛି।

ଆଜି ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ଚନ୍ଦ୍ରଗ୍ରହଣ ନୀତିକାନ୍ତି ଅନୁଯାୟୀ, ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରିବ ଓ ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ହୋଇ ବାକିଥିବା ଦୈନିକ ନୀତିକାନ୍ତି ଆରମ୍ଭ ହେବ। ଏଣୁ ପୂର୍ବଦିନ ରାତ୍ର ପହୁଡ଼ ପରେ ପରେ ରାତି ୧୨ଟା ୧୦ରେ ଦ୍ବାରଫିଟା ନୀତି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରାତି ୧୨ଟା ୨୫‌ରେ ଭିତରଶୋଧ, ସାଢ଼େ ୧୨ଟାରେ ମଙ୍ଗଳଆଳତି, ୧୨ଟା ୪୫ରେ ରୋଷହୋମ, ମଇଲମ ଓ ତଡ଼ପଲାଗି, ୧ଟା ୧୫ରେ ଅବକାଶ, ୨ଟାରେ ସୂର୍ଯ୍ୟପୂଜା, ସାଢ଼େ ୨ଟାରେ ଦ୍ବାରପାଳ ପୂଜା ସହ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଆରମ୍ଭ ହେବ। ପରେ ରାତି ୩ଟାରେ ଗୋପାଳବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ଭିତରେ ସକାଳଧୂପ(କେବଳ କୋଠଭୋଗ), ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବା, ୫ଟା ୧୦ରେ ବାଳଧୂପ ଶେଷ, ୫ଟା ୧୫ରେ ବନ୍ଦାପନା ଓ ୫ଟା ୫୦ରେ ଭୋଗମଣ୍ଡପ ଶେଷ ହେବ। ପରେ ଚନ୍ଦ୍ରଗ୍ରହଣ ପାଇଁ ନୀତିକାନ୍ତି ବନ୍ଦ ରହିବ। ଗ୍ରହଣ ମହାସ୍ନାନ ଓ ଭୋଗ ପରେ ଶ୍ରୀଜିଉଙ୍କ ମଇଲମ, ତଡ଼ପଲାଗି ନୀତି ହୋଇ ଅନ୍ୟାନ୍ୟ ଦୈନିକ ନୀତିକାନ୍ତି ବଢ଼ିବ।

ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ପୂର୍ବରୁ ସୂ‌େର୍ଯ୍ୟାପରାଗ ନୀତିକାନ୍ତି ଶୃଙ୍ଖଳିତ ହୋଇଥିବାରୁ ଆଜିର ବୈଠକରେ ସମସ୍ତ ନିଯୋଗକୁ ଧନ୍ୟବାଦ ଦିଆଯାଇଥିଲା। ପରେ ଚନ୍ଦ୍ରଗ୍ରହଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନୀତିରେ ଶୃଙ୍ଖଳା ପାଇଁ ଚନ୍ଦଗ୍ରହଣ ଦିନ ଯେଉଁ ଯେଉଁ ନିଯୋଗର ଅତିରିକ୍ତ ପାଳିଆ ଦରକାର, ସେମାନଙ୍କୁ ଏହା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୫ଟା ୫୦ ପୂର୍ବରୁ ଯେଭଳି ଭୋଗମଣ୍ଡପ ସରିବ, ସେ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ବାକି ଚନ୍ଦ୍ରଗ୍ରହଣରେ ଭକ୍ତମାନ ସୁନାବେଶ ଦେଖି ପାରିବେ। ପଞ୍ଚୁକ ସହ ଚନ୍ଦ୍ରଗ୍ରହଣରେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବାରିକେଡିଂ ସହ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି। ଭକ୍ତଙ୍କୁ ସିସିଟିଭି ନଜରରେ ରଖିବାକୁ ସିଂହଦ୍ବାରରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସିସିଟିଭି ଲାଗିବ ବୋଲି ଶ୍ରୀ ବର୍ମା କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ