ଅପରାଧ ଦେଶ ବିଦେଶ

‘ଦ ଓ୍ଵାୟର’ ର ସଂପାଦକଙ୍କ ବାସଭବନ ଉପରେ ଦିଲ୍ଲୀ ପୋଲିସର ଚଢାଉ, ଫୋନ-କମ୍ପ୍ୟୁଟର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ ସୋମବାର ନ୍ୟୁଜ୍ ପୋର୍ଟାଲ ‘ଦ ଓ୍ଵାୟର’ ର ପ୍ରତିଷ୍ଠାତା ତଥା ସଂପାଦକ ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବାସଭବନ ଉପରେ ଚଢାଉ କରିଛି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚଢାଉ କରିଛି। ଏହି ସମୟରେ ତଦନ୍ତକାରୀ ଦଳ ଦୁଇଟି ଫୋନ ଏବଂ କମ୍ପ୍ୟୁଟର ଜବତ କରିଛନ୍ତି। ବିଜେପିର ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲଭୀୟଙ୍କ ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବିରୋଧରେ ଅକ୍ଟୋବର ୨୯ରେ କ୍ରାଇମ ବ୍ରାଞ୍ଚ ସାତ ପୃଷ୍ଠାର ଏଫଆଇଆର ରୁଜୁ କରିଥିଲେ। କ୍ରାଇମ ବ୍ରାଞ୍ଚର ଇନ୍ସପେକ୍ଟର ପଙ୍କଜ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଛି।

ସୂଚନାଯୋଗ୍ୟ, ବିଜେପି ଆଇଟି ସେଲ୍‌ର ମୁଖ୍ୟ ଅମିତ୍ ମାଲଭୀୟ ସିଦ୍ଧାର୍ଥ ଭରଦାରଜନ ଏବଂ ଏମକେ ବେଣୁ ହେରଫେର ଏବଂ ଜାଲିଆତି କରିଥିବା ଅଭିଯୋଗ କରିଥିଲେ। ‘ଦ ଓ୍ଵାୟର’ ସଂସ୍ଥା ତାଙ୍କ ପ୍ରତିଷ୍ଠା ଖରାପ କରିବା ଏବଂ ମଳିନ କରିବା ପାଇଁ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରିଛି। ଅଭିଯୋଗ ଆଧାରରେ ପୋଲିସ ସମାଚାର ପୋର୍ଟାଲ ଦ ଓ୍ଵାୟରର ଦୁଇ ପ୍ରତିଷ୍ଠାତାଙ୍କ ବାସଭବନ ଉପରେ ଚଢାଉ କରିଛି।

‘ଦ ଓ୍ଵାୟର’ ନିକଟରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦାବି କରା ଯାଇଥିଲା ଯେ, ସାମାଜିକ ଗଣମାଧ୍ୟମ ହ୍ଵାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଅମିତ୍ ମାଲଭୀୟଙ୍କୁ କିଛି ବିଶେଷ ଅଧିକାର ଦେଇଥିଲା। ଯାହା ଆଧାରରେ ମାଲଭୀୟ କିଛି ପୋଷ୍ଟ ହଟାଇ ପାରିବେ, ଯାହା ବିଜେପି ବିରୋଧରେ ଥିବ। ମାଲଭୀୟ କହିଛନ୍ତି, ଦ ଓ୍ଵାୟର ଏକ ମିଥ୍ୟା କାହାଣୀ ବି ପ୍ରକାଶ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ