ଅପରାଧ ଦେଶ ବିଦେଶ

ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟକୁ ବ୍ୟାନ୍ କଲେ ସୁପ୍ରିମକୋର୍ଟ: କହିଲେ ଏଭଳି କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(୩୧/୧୦): ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟ ଉପରେ ବ୍ୟାନ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କୋର୍ଟ ଚେତାବନୀ ଦେଇଛନ୍ତି ଯେ ଯଦି କେହି ବ୍ୟକ୍ତି ଏହିଭଳି ପରୀକ୍ଷଣ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଦୋଷୀ ବୋଲି ଧରାଯିବ। ସୋମବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି ନ୍ୟାୟମୂର୍ତ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ଼।

ଏହା ସହ କୋର୍ଟ ମେଡିକାଲ କଲେଜରେ ଅଧ୍ୟୟନ ସାମଗ୍ରୀରୁ ଟୁ ଫିଙ୍ଗର ଟେଷ୍ଟ ହଟାଇବା ପାଇଁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କୁ ଯାଞ୍ଚ କରିବାର ଏଭଳି ଅବୈଜ୍ଞାନିକ ଏବଂ ଆକ୍ରାମକ ଉପାୟ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କୁ ପୁଣି ଥରେ ପ୍ରତାଡ଼ିତ କରିବା ଅଟେ, ଏବଂ ତାଙ୍କ ସହ ଘଟିଥିବା ଘଟଣାର ପୁନଃ ମନେ ପକାଇବା। ବିଚାରପତି କହିଛନ୍ତି ଯେ ଏହା ଦୁଃଖଦାୟକ ଯେ ଆଜିବି ଟୁ ଫିଙ୍ଗର ଟେଷ୍ଟ ହେଉଛି।

ପ୍ରକୃତରେ ଶୁଣାଣି ସମୟରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟ ଦ୍ବାରା ଅଭିଯୁକ୍ତକୁ ମୁକ୍ତ କରାଯିବା ଆଦେଶକୁ ଖାରଜ କରିଥିଲେ। ଏହା ସହ ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୩ ରେ ଏହି ପ୍ରଥାକୁ ଅସମ୍ବିଧାନିକ କହିଥିଲେ ଏବଂ ଏହିଭଳି ପରୀକ୍ଷା ପାଇଁ ମନା କରିଥିଲେ।

କେନ୍ଦ୍ର ସରକାର ମଧ୍ୟ ଟୁ ଫିଙ୍ଗର ଟେଷ୍ଟକୁ ଅବୈଜ୍ଞାନିକ କହିଛନ୍ତି। ମାର୍ଚ୍ଚ ୨୦୧୪ ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଥିଲେ। ଯେଉଁଥିରେ ଟୁ ଫିଙ୍ଗର ଟେଷ୍ଟକୁ ସ୍ପଷ୍ଟ ଭାବରେ ମନା କରାଯାଇଥିଲା। ପୀଡ଼ିତାଙ୍କୁ ଶାରୀରିକ ଯାଞ୍ଚ ସହ ତାଙ୍କୁ ମାନସିକ ଭାବରେ ପରାମର୍ଶ ଦେବାକୁ କୁହାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ