ଅପରାଧ ରାଜ୍ୟ

ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

ସାଲେପୁର ୨୮।୧୦ : ବିବାହିତ ମହିଳାଙ୍କ ମୃତଦେହ ଠାବ । କଟକ ଜିଲ୍ଲା ସାଲେପୁର ଥାନା ଦାରିୟାପୁର ଗାଁରୁ ମିଳିଛି ମୃତେଦେହ । ମୃତ ମହିଳା ମାହାଙ୍ଗା ଥାନା ଜଗନାଥପୁର ଗ୍ରାମର ଫରିଦା ବିବି ଓ ସୋଏବ ମୁସ୍ତଫା ଙ୍କ କନ୍ୟା ସାଇସ୍ତା ବେଗମ ବୋଲି ଜଣାପଡିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ହତ୍ୟା ଅଭିଯୋଗ ।

ଖବର ଅନୁଯାୟୀ, ସାଲେପୁର ଥାନା ଦାରିୟାପୁର ଗାଁର ଶେଖ ସନାଙ୍କ ପୁତ୍ର ଶେଖ ସୁରଜଙ୍କୁ ମୁସଲିମ ଧର୍ମ ଅନୁଯାୟୀ ବିବାହ କରିଥିଲେ ସାଇସ୍ତା ବେଗମ୍‌ l ବିବାହକୁ ୫ ବର୍ଷ ହୋଇଯାଇଥିଲେ ମଧ୍ୟ ବହୁ ସମୟରେ ସାଇସ୍ଥାକୁ ଶାଶୁ ସମୀମା ବିବି, ସ୍ୱାମୀ ଶେଖ ସୁରଜ, ନଣନ୍ଦ ଫଜି ବିବି ଅନେକ ସମୟରେ ମାନସିକ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ ବୋଲି ଅଭିଯୋଗ ଆସିଛି ।ତେବେ ଅଭିଯୋଗ ଅନୁଯାୟୀ ୨୭.୧୦.୨୨ ରିଖ ସନ୍ଧ୍ୟା ସମୟରେ ଶେଖ ସୁରଜ ଝିଅର ପରିବାର ଲୋକଙ୍କୁ ଫୋନ କରି କହିଲେ କି ତୁମ ଝିଅ ରସି ଦେଇ ଆତ୍ମହତ୍ୟା କରିଛି । ଆମ୍ଭେ ତୁମ ଝିଅକୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସୁଛି । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।ଶାଶୁ ଘର ଲୋକ ଝିଅ କୁ ମାରି ଆତ୍ମହତ୍ୟା ର ରୂପ ଦେବାକୁ ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଇସ୍ତାଙ୍କ ମା। ଏନେଇ ସାଲେପୁର ଥାନାରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କ ସ୍ୱାମୀଙ୍କ ମଧ୍ୟ ଅଟକ ରଖିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।