ଅପରାଧ ରାଜ୍ୟ

ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଲା ମାଆ

ଜଳେଶ୍ବର: ପ୍ରେମରେ ଅନ୍ଧ ହୋଇ ଜଣେ ୩୦ ବର୍ଷ ବୟସର ମହିଳା ନିଜର ଦୁଇ ଛୁଆଙ୍କୁ ଛାଡ଼ି ନିଜଠାରୁ ୧୨ ବର୍ଷ ସାନ ଜଣେ ଯୁବକଙ୍କ ସହ ପଳାଇଥିଲେ। ତେବେ ଉଭୟଙ୍କ ପରିବାର ଲୋକ ଏ କଥା ଜାଣିବା ପରେ ଦୁହିଁଙ୍କୁ ଠାବ କରି ଘରକୁ ଫେରାଇ ଆଣିଛନ୍ତି।

ଜଳେଶ୍ବର ଥାନା ଅଞ୍ଚଳର ଏହି ମହିଳାଙ୍କ ସ୍ବାମୀ ମହାରାଷ୍ଟ୍ରରେ ଚାକିରି କରନ୍ତି। ତାଙ୍କର ୮ ବର୍ଷର ଗୋଟିଏ ପୁଅ ଓ ୪ ବର୍ଷର ଝିଅଟିଏ ଅଛି। ପୁଅଝିଅଙ୍କୁ ଧରି ମହିଳାଜଣକ ଗାଁ’ରେ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ସେହି ଗ୍ରାମର ଜଣେ ୧୮ ବର୍ଷର ଯୁବକ ଉକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ଘରୋଇ କାମରେ ସହାୟତା କରିଥାନ୍ତି। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ସଂପୃକ୍ତ ମହିଳା ଓ ଯୁବକ ବିବାହ କରି ଅନ୍ୟତ୍ର ରହିବା ପାଇଁ ଘର ଛାଡ଼ି ପଳାଇଥିଲେ। ଏମିତିକି ପ୍ରେମ ପାଇଁ ଦୁଇ ଛୁଆଙ୍କୁ ବି ତୁଚ୍ଛ କରିଥିଲେ ସଂପୃକ୍ତ ମହିଳା। ଉଭୟଙ୍କ ପରିବାର ଲୋକ ଜାଣିବା ପରେ ସେମାନଙ୍କୁ ରୁପ୍‌ସା ଅଞ୍ଚଳରୁ ଉଦ୍ଧାର କରି ଘରକୁ ଫେରାଇ ଆଣିଥିଲେ। ପରେ ଗାଁ’ରେ ସମାଧାନୀ ବୈଠକ ବସିଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରି ନଥିଲା। ସେପଟେ ଖବର ପାଇ ପୁଲିସ ପହଞ୍ଚିଥିଲା। ଉକ୍ତ ଯୁବକଙ୍କୁ ତାଙ୍କ ବାପାମାଆଙ୍କ ଜିମାରେ ଦିଆଯାଇଥିବାବେଳେ ମହିଳାଙ୍କୁ ତାଙ୍କ ସ୍ବାମୀ ମହାରାଷ୍ଟ୍ରରୁ ନଫେରିବା ଯାଏ ଭିଣୋଇଙ୍କ ଜିମାରେ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।