ଅପରାଧ ଦେଶ ବିଦେଶ

ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ସୁରକ୍ଷାକର୍ମୀ; ୮ ମୃତ୍ୟୁ ନେଇ ଆମନେଷ୍ଟି ଇଣ୍ଟରନ୍ୟାସନାଲର ସୂଚନା

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଇରାନ ସରକାରଙ୍କର ହିଟଲର ଶାସନ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନଙ୍କ ଉପରେ ଗୁଳି ଚଳାଇଛନ୍ତି ଇରାନ ସୁରକ୍ଷା କର୍ମୀ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭ ଦମନ କରିବା ପାଇଁ ବୁଧବାର ରାତିରେ ଇରାନ ସରକାର ବନ୍ଧୁକ ଗୁଳିରେ ଲୋକଙ୍କୁ ହତ୍ୟା କରିଥିବା ମାନବ ଅଧିକାର ଏନଜିଓ ଅମନେଷ୍ଟ ଇଣ୍ଟରନ୍ୟାସନାଲ କହିଛି।

ଏପର୍ଯ୍ୟନ୍ତ ୮ ଜଣଙ୍କୁ ହତ୍ୟା କରାଯାଇଥିବା ଅମନେଷ୍ଟି ଅନ୍ତର୍ଜାତୀୟ ସଂସ୍ଥା ସୂଚନା ଦେଇଛି। ବିକ୍ଷୋଭକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଅମନେଷ୍ଟି କହିଛି।

ସଂସ୍ଥା କହିଛି “ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇ ବୁଧବାର ରାତିରୁ ଏପର୍ଯ୍ୟନ୍ତ ୮ ଜଣଙ୍କୁ ହତ୍ୟା କରିଛି ଇରାନ ଫୋର୍ସ।” ଗୁରୁବାର ଏହି ସୂଚନା ଦେଇଛି ଆମନେଷ୍ଟି ମାନବାଧିକାର ଏନଜିଓ। କେବଳ ସେତିକି ନୁହେଁ ଭାରତରେ ଜାଲିୱାନାୱାଲାବାଗରେ ବ୍ରିଟେନର ଗୁଳି ଚାଳନା ଭଳି ଇରାନ ପ୍ରଦର୍ଶନକାରୀଙ୍କ ଉପରେ ଏଭଲି ଖୋଲା ଗୁଳି ଚାଳନାକୁ ନିନ୍ଦା କରିଛି ଅମନେଷ୍ଟି ଇଣ୍ଟରନ୍ୟାସନାଲ୍।

ସୂଚନା ଅନୁସାରେ, ମାସା ଅମିନୀଙ୍କ ମୃତ୍ୟୁର ୪୦ ପରେ ତାଙ୍କ ସ୍ମୃତିରେ ବୁଧବାର ହଜାର ହଜାର ବିକ୍ଷୋଭକାରୀ ହିଜାବ ଶୋଭାଯାତ୍ରା କରୁଥିଲେ। ଇରାନ ସୁରକ୍ଷାକର୍ମୀମାନେ ଏହି ଶୋଭାଯାତ୍ରାରେ ଖୋଲାଖୋଲି ଗୁଳି ଚାଳନା କରିଥିଲେ।

ଇରାନର ୨୨ ବର୍ଷୀୟା କୁର୍ଦିଶ ମହିଳା ମାସା ଅମିନୀ ସେପ୍ଟେମ୍ବର ୧୬ ତାରିଖରେ ପୁଲିସ କଷ୍ଟୁଡିରେ ପ୍ରାଣ ହରାଇଥିଲେ। ତାଙ୍କର ଭୁଲ ଥିଲା ଯେ ସେ ଭଲବାବରେ ହିଜାବ ପିନ୍ଧିନଥିଲେ। ଏଥିପାଇଁ ଇରାନର ମୋରାଲ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଉ ଗରିଫର ୩ ଦିନ ପରେ ଅମିନୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ଆଜି ୪୦ ଦିନ ପୂରିଥିବା ବେଳେ ଇରାନ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହାକୁ ଦନମ କରିବାକୁ ଇରାନ ସରକାର ଏବେ ବଳ ପ୍ରୟୋଗ କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ