ଅପରାଧ ରାଜ୍ୟ

ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ !

କଳାହାଣ୍ଡି ୨୮/୧୦: ନର୍ଲା ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାମଚାଗିରି କରି ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଏହି ହତ୍ୟା ଧମକ ଦେଇଛନ୍ତି ମାଓବାଦୀ ।

ଏନେଇ ମାଓବାଦୀମାନେ ଜାରି କରିଛନ୍ତି ପୋଷ୍ଟର । କଳାହାଣ୍ଡି ନର୍ଲା ବ୍ଲକ୍ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସ୍ଥିତ ଅସୁରଗଡର ଏକ ବରଗଛରେ ଗୁରୁବାର ରାତିରେ ଖବର ଲାଗିଛି ଏହି ପୋଷ୍ଟର । ଏହି ପୋଷ୍ଟରରେ ମାଓବାଦୀ ମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାପାଇଁ ଚେତାବନୀ ଦେଇଛନ୍ତି ।

ଆଗାମୀ ଦିନରେ ନିଜ ପ୍ରକୃତିରେ ସୁଧାର ନଆଣନ୍ତି ତେବେ ନିଶ୍ଚିତ ଭାବରେ ଏହିଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଖବର ପାଇବା ପରେ ନର୍ଲା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରୁ ମାଓପୋଷ୍ଟର ଜବତ କରିଛି । ଖବର ଶୁଣି ନର୍ଲା ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।