ଅପରାଧ ରାଜ୍ୟ

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ସୋର ୨୮।୧୦ : ଗଛରେ ଝୁଲୁଛି ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ ଘଟିଛି ଏପରି ଘଟଣା । ମୃତକ ଗାଁର ସୁଦାମ ମହାକୁଡ଼ଙ୍କ ପୁଅ ମାନସଙ୍କର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମାନସ ହାଇଦ୍ରାବାଦ୍‌ରେ କାମ କରୁଥିଲେ । ଗତ ମାସ ହାଇଦ୍ରବାଦ୍‌ରେ ଜଣେ ସାଙ୍ଗର ହତ୍ୟା ହୋଇଥିଲା , ପରେ ତାଙ୍କ ମୃତଦେହ ନେଇ ମାନସ ଔପଦା ଫେରିଥିଲେ । ତେବେ ସାଙ୍ଗର ମୃତଦେହ ନେଇ ଆସିବା ପରେ ସେହି ହତ୍ୟାରେ ମାନସଙ୍କ ସଂପୃକ୍ତି ଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏହାସହ ବିଭିନ୍ନ ସମୟରେ ମାନସଙ୍କୁ ମାନସିକ ନିର୍ଯ୍ୟାତନ ଦେଉଥିଲେ । ତେବେ ଏହି ଘଟଣାକୁ ନେଇ ମାନସ କିଛି ଦିନ ହେବ ମାନସିକ ଅବସାଦରେ ରହିଥିଲେ । ତେବେ ଶୁକ୍ରବାର ମାନସର ମୃତଦେହ ନିମ ଗଛରେ ଝୁଲୁଥିବାର ଗ୍ରାମବାସୀ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମାନସଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।