ଅପରାଧ ରାଜ୍ୟ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର ୨୫/୧୦: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା ।

ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ ଭଡାରେ ରହୁଥିଲେ ସୁଶ୍ରୀ । ଗତକାଲି ଦୀପାବଳି ରାତି ୧୦ଟାରେ ଝିଅ ଘରକୁ ଫୋନ ଯୋଗେ ଖବର ଯାଇଥିଲା ତୁମ ଝିଅ ଦେହ ଖରାପ୍ ।

ଖବର ପାଇ ସଙ୍ଗୀତା ପରିବାର ଲୋକେ ମେଡ଼ିକାଲରେ ପହଁଞ୍ଚିଥିଲେ । ସେଠାରେ ଝିଅ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହିଥିଲେ । ଏନେଇ ବାପ ଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।