ଦେଶ ବିଦେଶ ମନୋରଞ୍ଜନ

ଏହି ପଞ୍ଜାବୀ ସିଙ୍ଗରଙ୍କ ସହ ଡ୍ୟାନ୍ସ କଲେ ଶେହନାଜ୍‌, ୟୁଜର୍ସ କହିଲେ- ଜବରଦସ୍ତ କେମେଷ୍ଟ୍ରି

ମୁମ୍ଵାଇ ୨୪।୧୦: ବିଗ୍ ବସର ଶେହନାଜ୍ ଗିଲ୍ ସାରା ଦେଶରେ ଏବେ ଖୁବ୍‌ ଲୋକପ୍ରିୟତା ହାସଲ କରୁଛନ୍ତି। ନିକଟରେ ସେ ସଲାମନଙ୍କ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ। ସୋସିଆଲ ମିଡିଆରେ ଶେହାନାଜ ମଧ୍ୟ ବହୁତ ପପୁଲାର। ତାଙ୍କ ସହ ଜଡିତ କିଛି ବି ପୋଷ୍ଟ ଆସିବା ମାତ୍ରେ ଭାଇରାଲ ହୁଏ। ଏହିପରି ଏବେ ଗୋଟିଏ ଭିଡିଓ ପୁଣି ଥରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲେହେଙ୍ଗା ଏବଂ ସ୍କର୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଭିଡିଓରେ ସେ ପଞ୍ଜାବର ପ୍ରସିଦ୍ଧ ଗାୟକ ଗୁରୁ ରାନ୍ଧୱା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି।

ଭାଇରାଲ୍ ଭାୟାନି ଏହି ଭିଡିଓକୁ ତା ଅଫିସିଆଲ୍ ଇନଷ୍ଟା ପେଜ୍‌ରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଶେହନାଜ ଏବଂ ଗୁରୁ ପରସ୍ପରର ହାତ ଧରି ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ମଧ୍ୟ ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓ ଦିୱାଲୀ ପାର୍ଟିର ବୋଲି ଜଣାପଡିଛି। ପ୍ରଶଂସକମାନେ ଏହି ଭିଡିଓରେ ଖୁବ୍‌ କମେଣ୍ଟ ଦେବା ସହ ସେୟାର କରୁଛନ୍ତି।

ଶେହନାଜ ଏବଂ ଗୁରୁ ରନ୍ଧୱାଙ୍କର ଏହି ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ‘ଯେତେବେଳେ ଦୁଇ ପଞ୍ଜାବୀ ଏକାଠି ହୁଅନ୍ତି, ସେତେବେଳେ ଧମାଲ ହୁଏ’। ଆଉ ଜଣେ ଲେଖିଛନ୍ତି, ‘ଶେହନାଜ ଏବଂ ଗୁରୁ ଏକାଠି ସୁନ୍ଦର ଦେଖାଯାଉଛନ୍ତି। ଯଦି କେମେଷ୍ଟ୍ରି ଦେଖାଇବ ତ ଏମିତି। ଭିଡିଓଟି ଏବେ ଭାଇରାଲ୍‌ ହେବାରେ ଲାଗିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ