ଅପରାଧ ରାଜ୍ୟ

ରାଜପଥରେ ଗାଈ ମୃତଦେହ ଘୋଷାଡି ନେବା ଘଟଣାରେ ଆକ୍ସନ, ଦୁଇ ଜଣଙ୍କୁ ବହିଷ୍କାର କଲେ NHAI କର୍ତ୍ତୃପକ୍ଷ

ଖଲ୍ଲିକୋଟ ୨୪/୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥରେ ପିକ୍‌ଅପ୍ ଭ୍ୟାନ୍‌ରେ ବାନ୍ଧି ମୃତ ଗାଈକୁ ଘୋଷାଡ଼ି ନେବା ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ନେଇଛି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ । ଗାଡିର ସୁପରଭାଇଜର ଓ ଡ୍ରାଇଭର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏନ୍‌ଏଚ୍‌ଆଇ ଅଧିକାରୀ । ଦୁଇ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏଭଳି ନିନ୍ଦା ଜନକ କାର୍ଯ୍ୟ ପୁନରାବୃତ୍ତି ହେବନି ବୋଲି ବ୍ରହ୍ମପୁର ଏନ୍ଏଚ୍‌ଆଇ ପକ୍ଷରୁ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଗାଈର ମୃତ୍ୟୁ ହୋଇଥିଲା । ତେବେ ଏନଏଚଏଆଇ କର୍ତ୍ତୃପକ୍ଷରୁ ଏକ ପିକ୍‌ଅପ୍ ଭ୍ୟାନ୍ ଗାଡିରେ ଏକ ଦୌଡ଼ିରେ ଗାଈର ଦୁଇଟି ପଛ ଗୋଡ଼କୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲା । ଯାହାକି ଅତି ଘୃଣ୍ୟ କାମ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହି ଘଟଣା ଜଣାପଡିବା ପରେ ସାଧାରଣରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଥିଲା । ଏହି ଘଟଣା ଗୁରୁତର ସହ ନେଇ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷର ଗାଡ଼ିର ସୁପରଭାଇଜର ଓ ଡ୍ରାଇଭରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।