ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନୀଳଗିରି ପାଲଟିବ କି ଦ୍ୱିତୀୟ ନଗଡା,୧୨ଜଣ ପୁଷ୍ଟିହୀନତା ଶିଶୁ ଚିହ୍ନଟ

ନୀଳଗିରି: ନୀଳଗିରି ପୁଣି ଦେଖାଦେଇଛି ପୁଷ୍ଟିହୀନତା ରୋଗ। କିଛିଦିନ ପୂର୍ବରୁ ଏନଏସି ଗୁଡିଖାଣିଆ ଅଞ୍ଚଳରେ କିଛି ଶିଶୁ ପୁଷ୍ଟିହୀନତା ହେବାର ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଚିହ୍ନଟ କରି ଚିକିତ୍ସା କରାଇଥିଲେ। ପୁଣି ନୀଳଗିରିର ବିଭିନ୍ନ ଅଞ୍ଚଳରେ ୧୨ ରୁ ଉର୍ଦ୍ଧ୍ବ ଶିଶୁ ପୁଷ୍ଟିହୀନତା ରୋଗ ଚିହ୍ନଟ ପରେ ଏହା ଦ୍ୱିତୀୟ ନଗଡା ପାଲଟିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ନୀଳଗିରି ମେଡ଼ିକାଲରେ ଆଜି ୧୨ ଜଣ ପୁଷ୍ଟିହୀନତା ଶିକାର ଶିଶୁ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ସବୁ ଚିକିତ୍ସିତ ହେଉଛନ୍ତି। ଏନେଇ ବାପା ମା ଙ୍କୁ ଚିନ୍ତା ଘାରିଥିବା ବେଳେ ଘଟଣା କୁ ଗୁରୁତର ସହ ନେଉନି ପ୍ରଶାସନ। ନୀଳଗିରି ଆଦିବାସୀ ବ୍ଲକ ଅଧିନ ପୋଡାଶୁଳ,ଧୋବଶିଳା, ଚତିରଖୁଣ୍ଟା, ମିତ୍ରପୁର, ନୀଳଗିରି ଏନଏସି, ଔପଦା ବ୍ଲକ ହାତୀଖୁଲିଆ, ରାଇରାମପୁର ଆଦି ସ୍ଥାନରୁ ପୁଷ୍ଟିହୀନତା ଶିଶୁ ଚିହ୍ନଟ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଅଙ୍ଗନବାଡ଼ି ପକ୍ଷରୁ ମିଳୁଥିବା ଖାଦ୍ୟ ଖାଇବା ପରେ ବି ଅପପୃଷ୍ଟି ହେଉଛି। ଭିଟାମିନ ଯୁକ୍ତ ଖାଦ୍ୟ ଦେବା ପରେ ମଧ୍ୟ ଏଭଳି ରୋଗ ଚିହ୍ନଟ ପରେ ଖାଦ୍ୟର ମାନ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ଆଦିବାସୀ ବହୁଳ ଅଞ୍ଚଳରେ ପୁଷ୍ଟିହୀନତା ଶିଶୁ ଚିହ୍ନଟ କରି ସ୍ୱତନ୍ତ୍ର ଚିକିତ୍ସା ଯୋଗାଇଦେବା ପାଇଁ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ