ଅପରାଧ ରାଜ୍ୟ

କଟକରେ ଆଲୋଡ଼ନ: କାଠଯୋଡ଼ି ପଠାରେ ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ

କଟକ : କଟକରେ କାଠଯୋଡ଼ି ନଦୀ ପଠାରେ ଦୁଇବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଜଣେ ନାବାଳକ। ୧୭ ବର୍ଷୀୟ ଏହି ନାବାଳକ ଗଲା କାଲି ଶିଶୁ କନ୍ୟାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁକରି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ପରେ ତାକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରାୟ ୧୧ଟା ବେଳେ କାଠଯୋଡ଼ି ନଦୀକୂଳରେ ଏକ ବସ୍ତିରେ ଦିନ ମଜୁରିଆ ବାପାମା’ ବାହାରକୁ କାମ କରିବାକୁ ଯାଇଥିଲେ। ଏହିସମୟରେ ବସ୍ତିରେ ତାଙ୍କର ଦୁଇବର୍ଷର ଶିଶୁ କନ୍ୟା ଖେଳୁଥିଲା। ସେହି ବସ୍ତିର ଜଣେ ୧୭ ବର୍ଷୀୟ ନାବାଳକ ହଠାତ୍ ପହଞ୍ଚି ଶିଶୁ କନ୍ୟାକୁ ଟେକି ନେଇଥିଲା। ଏହି ବସ୍ତିଟି ନିଛାଟିଆ ସ୍ଥାନରେ ହୋଇଥିବାରୁ ଏକୁଟିଆ ପାଇ ସେ ଶିଶୁ କନ୍ୟା ସହିତ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମର୍କତନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁ କରିଥିବା ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।